Pratidin TV

Odisha's Digital News Platform

ବନ୍ଧା ହେଲା କୋଟିପତି ଚୋର , ନବମ ଶ୍ରେଣୀ ପାଠ ପଢି କମିସନରେଟ୍ ପୋଲିସକୁ ଦେଉଥିଲା ଚଖ୍‌ମା ।

1 min read

ହାଫ ପ୍ୟାଣ୍ଟ ପିନ୍ଧି ବୁଲୁଥିଲା, ବିନା ଚପଲରେ ଲୁଟୁଥିଲା । କିନ୍ତୁ ଲୁଟ ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ବାର ପବ ରେ ଟଙ୍କା ଉଡାଉଥିଲା । ୫୦ ରୁ ଉର୍ଦ୍ଧ କେସରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ପର୍ଶୁରାମ ର ଘର ବାଲେଶ୍ଵର ଜିଲ୍ଲା ସୋର । ଭୁବନେଶ୍ୱର ର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ଶହୀଦନଗର ଥାନାରେ ଅଭିଯୁକ୍ତ ନାଁ ରେ ୨୧ ଟି କେସ ରହିଛି। ଅଭିଯୁକ୍ତ ଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଯେପରିକି ୨୧ ଲକ୍ଷ ଟଙ୍କା , ୭ ଶହ ଗ୍ରାମ ସୁନା, ୭ କେଜି ରୂପା ଜବତ କରାଯାଇଛି । କୁହାଯାଉଛି ଯେ ବିଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ଚୋରି ସମ୍ପତ୍ତି ଜବତ କରାଯାଇଛି ।

ସେପଟେ ଅଭିଯୁକ୍ତ ର ଷ୍ଟାଇଲ ଦେଖି ତାଯୁବ ହୋଇଛି ପୋଲିସ। ଲୁଟ ଟଙ୍କାରେ ଅଭିଯୁକ୍ତ ଜଣଙ୍କ ଗୋଆ, ମୁମ୍ବାଇ, କୋଲକାତା ବୁଲୁଥିଲା । ତାଜ ଭଳି ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ଭୁବନେଶ୍ୱର ବଡ଼ଗଡ଼ ରେ ୫ ଟି ଫ୍ଲାଟ କରି ଭଡାରେ ଦେଇଥିଲା ଲୁଟେରା। ନିଜ ଗାଁ ସୋର ରେ ମଧ୍ୟ ଅଭିଯୁକ୍ତର ଘର ରହିଛି । LIC ରେ ଲକ୍ଷାଧିକ ଟଙ୍କା ରଖିଥିବା ମଧ୍ୟ ଜାଣିବାକୁ ପାଇଛି ପୋଲିସ। ନବମ ଶ୍ରେଣୀ ପାଠ ପଢିଥିବା ଏହି ଅଭିଯୁକ୍ତ ସିସିଟିଭି କୁ ମଧ୍ୟ ଖାତିର କରୁନଥିଲା। ଦେଖନ୍ତୁ ସିସିଟିଭି ରେ କଏଦ ହୋଇଥିବା ଏ ଦୃଶ୍ୟ । ଜଗନ୍ନାଥ ନଗର ଓ ପ୍ରାଚୀ ବିହାର ରୁ ଲୁଟ ବେଳର ଏ ଦୃଶ୍ୟ। ସେପଟେ ଅଭିଯୁକ୍ତ କୁ ଧରିବା ପରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ ।

Advertisement

Leave a Reply

Your email address will not be published. Required fields are marked *