Pratidin TV

Odisha's Digital News Platform

ଟିକଟ କାଟି ଲୋକଙ୍କ ସହ ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ ..

1 min read

ବନ୍ଦ ହେବନି ଆହାର ଯୋଜନା । ଏନେଇ ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ର ଗସ୍ତ କରି ଏହି ଘୋଷଣା କରିଛନ୍ତି। ଆହାର ପ୍ରତି ଲୋକଙ୍କର ଆଗ୍ରହ ଥିବାରୁ ଏହା ଏକ ଲୋକପ୍ରିୟ ଯୋଜନା । ତେଣୁ ଏହାପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ପରବର୍ତ୍ତୀ ସମୟରେ ସମୀକ୍ଷା ହେବ ।ରାଜ୍ୟରେ ବିଜେପି ସରକାର ଆସିବା ପରେ ‘ଆହାର’ ଯୋଜନା ବନ୍ଦ କରାଯିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ପରେ ଏହା ଚାଲୁ ରହିବ ବୋଲି ସରକାର ସୂଚନା ଦେଇଥିଲେ । ଆଜି ମନ୍ତ୍ରୀ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ର ଯାଇଥିଲେ ।

ନିୟମ ଅନୁଯାୟୀ ନିଜେ ଆହାର କେନ୍ଦ୍ରରେ ଟୁକୋନ ଆଣିଥିଲେ। ପରେ ଧାଡିରେ ଯାଇ ଖାଇବା ଥାଳି ଆଣି ନିଜେ ଖାଇଛନ୍ତି ମନ୍ତ୍ରୀ । ଥାଳିରେ ଆଉ ଅଧିକ କଣ ଦିଆଯାଇପାରିବ ସେ ଦିଗରେ ସମୀକ୍ଷା କରିବା ପରେ କଣ ପଦକ୍ଷେପ ନେଇହେବ ଚିନ୍ତା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ ପରିବା କମିଛି । ନିଜେ ଖାଦ୍ୟ ଖାଇବା ପରେ ଏହାକୁ ସ୍ବୀକାର କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ ଆହର କେନ୍ଦ୍ରର ନାମ ପରିବର୍ତ୍ତନ ନେଇ କହିଛନ୍ତି, ଆବଶ୍ୟକ ହେଲେ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *