Pratidin TV

Odisha's Digital News Platform

ମଝି ରାସ୍ତାରେ ଅଧ୍ୟାପକଙ୍କୁ ଗୋଡାଇ ହାଣିଲେ ଦୁର୍ବୃତ୍ତ ।

ମୟୁରଭଞ୍ଜ ; ହାତରେ ବଡ ଭୁଜାଲି ଧରି ପଛରୁ ଆସି ହାଣିଲେ । ଆଉ ମୁଣ୍ଡରେ ହେଲମେଟ ଥିବାରୁ ଅଳ୍ପକେ ଜୀବନ ବଂଚାଇପାରିଲେ ଅଧ୍ୟାପକ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁକୁରଡିମା ଛକ ନିକଟରେ । କପ୍ତିପଦା ଥାନା ନୁଦଡିହା ମେଘାସନ ମହାବିଦ୍ୟାଳୟ ଯୁକ୍ତ ୩ ଗଣିତ ବିଭାଗର ଅଧ୍ୟାପକ ରୂପେଶ କୁମାର ମହାପାତ୍ର ଆଜି କଲେଜ ଯାଉଥିଲେ ।

ବାଇକରେ କଲେଜ ଯାଉଥିବା ବେଳେ କୁକୁରଡିମା ଛକ ନିକଟରେ ଦୁଇ ଜଣ ଯୁବକ ପଛ ପାଖରୁ ବାଇକରେ ଆସି ଏକ ବଡ ଭୁଜାଲିରେ ତାଙ୍କ ମୁଣ୍ଡକୁ ହାଣିଥିଲେ । ଅଧ୍ୟାପକ ରୂପେଶ ହେଲମେଟ ପିନ୍ଧିଥିବାରୁ ଭୁଜାଲି ଚୋଟ ହେଲମେଟରେ ବାଜିଥିବା ବେଳେ ଅଳ୍ପକେ ବର୍ତି ଯାଇଥିଲେ ରୂପେଶ । ହେଲେ ଦୁଇ ଦୁବୁର୍ତ ପୁଣି ଭୁଜାଲିରେ ତାଙ୍କୁ ହାଣିଥିବା ବେଳେ ତାଙ୍କ କାନ୍ଧରେ ଗୁରୁତର କ୍ଷତ ହୋଇଥିଲା । ଯାହାକି ରୂପେଶ ଆକ୍ରମଣ ଜାଣି ପାରି ଘଟଣାସ୍ଥଳରୁ ଖସିଯିବାକୁ ନିଜ ବାଇକ ବୁଲାଇଥିବା ବେଳେ ଦୁବୁର୍ତମାନେ କିଛି ବାଟ ତାଙ୍କୁ ଗୋଡାଇଥିଲେ । ହେଲେ ସେ ନିକଟସ୍ଥ ଗ୍ରାମ ଭିତରକୁ ପଶିଯିବାରୁ ଦୁବୁର୍ତମାନେ ସେଠାରୁ ଖସି ଚାଲିଯାଇଥିଲେ ।

ତେବେ କେଉଁ କାରଣରୁ ସ୍ପଷ୍ଟ ଦିବା ଲୋକରେ ବିଚ୍ ରାସ୍ତାରେ ରାଜ୍ୟ ରାଜପଥରେ ଜଣେ ଅଧ୍ୟାପକଙ୍କୁ ଏପରି ଦୁଇ ଜଣ ଦୁବୁର୍ତ ହାଣିଲେ ତାହାର ଖୋଳତାଡ କରୁଛି ପୋଲିସ୍ । ହେଲେ କେଉଁ କାରଣରୁ ଏହି ମରଣାନ୍ତକ ଆକ୍ରମଣ ହୋଇଛି ତାହା ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *