ସମୁଦ୍ର ତଳୁ ଅଷ୍ଟମ ମହାଦେଶକୁ ଖୋଜିବା ପାଇଁ ଲାଗିଗଲା ୩୭୫ ବର୍ଷ…
1 min readନୂଆଦିଲ୍ଲୀ: ଆମେ ସମସ୍ତେ ଜାଣିଥବା ଯେ ପୃଥିବୀରେ ସାତଟି ମହାଦେଶ ରହିଛି ବୋଲି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସମୁଦ୍ର ତଳୂ ଆଉ ଏକ ମହାଦ୍ୱୀପର ସନ୍ଧାନ ମିଳିଛି । ବୈଜ୍ଞାନିକ ମାନେ ଏହି ମହାଦ୍ୱୀପ ବା ମହାଦେଶର ଅନୁସନ୍ଧାନ କରିଛନ୍ତି । କୁହାଯାଉଛି ଯେ ପାଖାପାଖି ୩୭୫ ବର୍ଷ ଧରି ଏହି ମହାଦ୍ୱୀପ ସମୁଦ୍ର ଗର୍ଭରେ ଲୁଚି ରହିଥିଲା ବୋଲି । ତେବେ ସନ୍ଧାନ ମିଳିଥିବା ଏହି ମହାଦ୍ୱୀପର ନାମ ଜିଲ୍ଲାଣ୍ଡିଆ ରଖାଯାଇଛି । ସମୁଦ୍ରର ମାତ୍ର ୨ କିଲୋମିଟର ତଳୁ ଏହି ଜିଲାଣ୍ଡଆ ମହାଦ୍ୱୀପର ସନ୍ଧାନ ପାଇଛନ୍ତି ଗବେଷକ ମାନେ । ଆୟତନ ଦୃଷ୍ଟିରୁ ଦେଖିବାକୁ ଗଲେ ଏହାର ଆକାର ପ୍ରାୟ ୧.୮୯ ନିୟୁତ ବର୍ଗମାଇଲ ବା ୪.୯ନିୟୁତ ବର୍ଗ କିଲୋମିଟରର ହେବ । ଯାହାକି ଆଫ୍ରିକା ଦେଶର ମାଡଗାସ୍କାର ଦ୍ୱୀପ ଠାରୁ ପ୍ରାୟ ୬ ଗୁଣା ବଡ ହେବ । ବର୍ତ୍ତମାନ ଏହି ଜିଲାଣ୍ଡିଆ ଦ୍ୱୀପର ପ୍ରାୟ ୯୪ପ୍ରତିସତ ଜଳମଗ୍ନ ରହିଛି । ଏହା ପାଖାପାଖି ୫୫୦ ନିୟୁତ ବର୍ଷ ପୂର୍ବେ ଗୋଣ୍ଡୱାନା ଭୂମିର ଅଂଶବିଶେଷ ଥିଲା ବୋଲି ବୈଜ୍ଞାନିକ ମାନେ ଦାବି କରିଛନ୍ତି । ଭୂଗର୍ଭିୟ ଗତିବିଧି ଯୋଗୁ ଏହା ପୃଥକ ହୋଇ ସମୁଦ୍ରରେ ମିଶି ଯାଇଛି । ତେବେ ଗୋଣ୍ଡୱାନାରୁ କିପରି ପୃଥକ ହେଲା ଗବେଷକମାନେ ଏବେବି ଏହା ସମ୍ପର୍କରେ ଗବେଷଣା ଜାରି ରଖିଛନ୍ତି ।
କୁହାଯାଇଛି ଯେ ୪୦୦ ବର୍ଷ ଧରି ଏହି ମହାଦ୍ୱୀପର ଅନୁସନ୍ଧାନ କରାଯାଇଥିଲା । କାରଣ ଜିଲାଣ୍ଡିଆ ମହାଦ୍ୱୀପ ପ୍ରଥମ ଥର ପାଇଁ ୧୬୪୨ରେ ସାମ୍ନାକୁ ଆସିଥିଲା । ଡଚ୍ ବ୍ୟବସାୟୀ ତଥା ନାବିକ ଏବଲ ଟ୍ୟାସମ୍ୟାନ୍ ଗ୍ରେଟ୍ ସାଉଦର୍ଣ୍ଣ ମହାଦ୍ୱୀପ ସନ୍ଧାନରେ ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଆଇଲ୍ୟାଣ୍ଡରେ ପହଞ୍ଚିଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ଯେଉଁଥିପାଇଁ ସେମାନେ ଜେଲାଣ୍ଡିଆ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଆଉ ସେବେଠାରୁ ହିଁ ବୈଜ୍ଞାନିକମାନେ ଏହି ମହାଦ୍ୱୀପକୁ ଖୋଜିବା ପାଇଁ ଉଦ୍ୟମ କରିଆସିଛନ୍ତି । ବର୍ତ୍ତମାନ ପୃଥିବୀରେ ମୋଟ ସାତଟି ମହାଦେଶ ରହିଥିବା ବେଳେ “ଜିଲାଣ୍ଡଆ” ଆଉ ଏକ ମହାଦେଶ ରୂପେ ପରିଗଣିତ କରାଯିବ ବୋଲି ଅନୁସନ୍ଧାନକାରୀ ମାନେ କହିଛନ୍ତି ।