Pratidin TV

Odisha's Digital News Platform

ମହାନଦୀକୁ ଡେଇଁ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର ; କହିଲେ ‘ମୁଁ ଭୁଲରେ ଖସି ପଡିଲି’ ….

1 min read

ସମ୍ବଲପୁର : ସମ୍ବଲପୁର ଚାଉଁରପୁର ମହାନଦୀର ଦ୍ଵିତୀୟ ସେତୁ ଉପରୁ ଆଜି ଜଣେ ବ୍ୟକ୍ତି ମହାନଦୀ କୁ ଡ଼େଇଁ ଆତ୍ମହତ୍ୟା କରିଥିବା ଘଟଣା । ସମଲେଇ ମନ୍ଦିର ଘାଟରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ ।

ଖବର ଅନୁଯାୟୀ ଆଜି ସକାଳ ପ୍ରାୟ ୬ ଟା ସମୟରେ ଏହି ଘଟଣା ଘଟିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି । ତେବେ ଚାଉଁରପୁର ବ୍ରିଜ଼ ମଧ୍ୟ ସ୍ଥଳରେ OD15 5779 ନମ୍ବର ବିଶିଷ୍ଟ ଏକ ଆକ୍ଟିଭା ସହ ଏକ ଜୋତା ମଧ୍ୟ ରଖାଯାଇଥିବା ବେଳେ ବ୍ରିଜ଼ ଉପରୁ ମହାନଦୀକୁ ଡେଇଁଥିବା ବ୍ୟକ୍ତିଙ୍କର ତାହା ହୋଇଥିବା ନେଇ ସନ୍ଦେହ କରାଯାଇଥିଲା । ଅନ୍ୟପକ୍ଷରେ ଏହି ଘଟଣା ର ସୂଚନା ପାଇବାପରେ ଘଟଣା ସ୍ଥଳକୁ ଟାଉନଥାନା ପୋଲିସ ପକ୍ଷରୁ ଟାଉନଥାନା ଅଧିକାରୀ ଓ ଅଗ୍ନିଶମ ସେବା କେନ୍ଦ୍ରର ଟିମ ପହଂଚି ମହାନଦୀରେ ଖୋଜାଖୋଜି କରିଥିଲେ ।

ଏହାପରେ ବ୍ୟକ୍ତି ଜଣଙ୍କୁ ଅଗ୍ନିଶମ ବାହିନୀ ଚାଉଁରପୁର ଘାଟରୁ ସୁରକ୍ଷିତ ଉଦ୍ଧାର କରିଥିଲେ । ବ୍ୟକ୍ତି ଜଣଙ୍କ କହିବା ଅନୁଯାୟୀ ସେ ସେଲଫି ନେଉଥିବା ସମୟରେ ଭୁଲରେ ଖସିପଡିଥିଲେ । ତେବେ ଉଦ୍ଧାର ପରେ ତାଙ୍କୁ ସମ୍ବଲପୁର ସଦର ହସ୍ପିଟାଲ ପଠାଯାଇଛି । ଉଦ୍ଧାର ପରେ ଚାଉଁରପୁର ଗାଁରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଉଦ୍ଧାର ବ୍ୟକ୍ତି ଜଣକ ହେଉଛନ୍ତି ସୁନ୍ଦର ମୋହନ ମିଶ୍ର ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *