Pratidin TV

Odisha's Digital News Platform

ବଦଳିଯିବ ମିଶନ ଶକ୍ତି…ହେବ ବଡ଼ ପରିବର୍ତ୍ତନ ! 

1 min read

ନୂଆ ସରକାର ଆସିବା ପରେ ରାଜ୍ୟରେ ମିଶନ ଶକ୍ତି ଯୋଜନା ରହିବ ନା ବଦଳିବାର ଚର୍ଚ୍ଚା ପରେ ଏବେ ମହିଳା, ଶିଶୁ କଲ୍ୟାଣ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗକୁ ବିଜେପି ଜଣେ ମହିଳା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ହାତରେ ନ୍ୟସ୍ତ କରିଛନ୍ତି |

ତେବେ ବର୍ତ୍ତମାନ ଏହି ମିଶନ ଶକ୍ତି ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ କରି କିଛି ପରିବର୍ତ୍ତନ କରିବା ନେଇ ବର୍ତ୍ତମାନ ଚିନ୍ତା କରାଯାଉଛି | ଏହାକୁ ସମ୍ପୂର୍ଣ୍ଣ ବନ୍ଦ ନ କରିଲେ ମଧ୍ୟ ରାଜ୍ୟରେ ମହିଳାଙ୍କ ବିକାଶ ପାଇଁ କିଛି ନୂଆ ନିୟମ ଆଣିବେ ବିଜେପି ସରକାର |

Advertisement

ତେବେ ଏହି ମିଶନ ଶକ୍ତି ଯୋଜନା ହେଉଛି ବିଜେଡି ସରକାରଙ୍କ ଦ୍ବାତ୍ର ହୋଇଥିବା ଯୋଜନା | ଏହି ଯୋଜନାରେ ରାଜ୍ୟର ଲକ୍ଷେ ଲକ୍ଷେ ମହିଳା ଉପକୃତ ହେଉଥିଲେ | ତେବେ ବର୍ତ୍ତମାନ ନୂଆ ସରକାର ଆସିବା ଯୋଗୁଁ ଏଥିରେ ନିୟୋଜିତ କର୍ମଚାରୀ ବା କର୍ମୀଙ୍କ ସ୍ଥିତ କଣ ରହିବ ତାହା ଏବେ ସନ୍ଦେହ ଘେରରେ ରହିଥିବା ବେଳେ ଏବେ ମହିଳା ସଶକ୍ତିକରଣ ଆଗକୁ ବଢ଼ିଲା | କାରଣ ବିଜେପି ସଦା ସର୍ବଦା ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସେ |

ତେଣୁ ମହିଳା କେବଳ ଋଣ ରେଣଦେଣ ମହିଳାଙ୍କ କାମ ନୁହେଁ ବିକାଶର ମୁଖ୍ୟ ଅର୍ଥ ମହିଳାଙ୍କୁ ବୁଝାଇବା ହେଉଛି ଏବେ ବିଜେପି ସରକାରଙ୍କ କାର୍ଯ୍ୟ | ତେଣୁ ମା ଏବଂ ଶିଶୁଙ୍କର ପୃଷ୍ଟିକର ପୋଷଣର ଦାୟିତ୍ୱ ନେବା ଏବଂ ମହିଳାଙ୍କ ସଶକ୍ତିକରଣ ସଠିକ ରୂପ ନେବା ପାଇଁ ଆଗାମୀ ୧00 ଦିନ ମଧ୍ୟରେ ମହିଳା ସ୍ଵକୀତ୍ତିକାରଣର ନୂଆ ଅଧ୍ୟାୟ ଆରମ୍ଭ ହେବା ନେଇ କହିଛନ୍ତି ପ୍ରଭାତୀ ପରିଡା | ତେବେ ଆଗାମୀ ଦିନରେ ମିଶନ ଶକ୍ତି ନାଁ ରେ କେଉଁ ପ୍ରକାର ପରିବର୍ତ୍ତନ ହେଉଛି ଏବଂ ମହିଳା, ସଶିଶୁଙ୍କ କ୍ଷେତରେ କଣ ବିକାଶ ହେଉଛି ତାହା ଦେଖିବା ବାକି ରହିଛି |

Leave a Reply

Your email address will not be published. Required fields are marked *