Pratidin TV

Odisha's Digital News Platform

କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ଅନସାରୀଙ୍କ ମୃତ୍ୟୁରେ ହୋଲି ଖେଳିଲେ ବିଧାୟକଙ୍କ ପତ୍ନୀ ।

ବିଳମ୍ବରେ ହେଉ ପଛେ ମୋତେ ନ୍ୟାୟ ମିଳିଲା । ଆଜି ମୁଁ ହୋଲି ପାଳିବି ବୋଲି କହିଲେ ସ୍ବର୍ଗତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାଏଙ୍କ ପତ୍ନୀ ଅଲକା ରାଏ । କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତାର ଅନସାରୀଙ୍କ ମୃତ୍ୟୁରେ ଖୁସି ହୋଇ ହୋଲି ଖେଳିଛନ୍ତି ବିଧାୟକଙ୍କ ପତ୍ନୀ । ହେଲେ କାହିଁକି ଚାଲନ୍ତୁ ଜାଣିବା ?

ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ମୁଖତାର ଅନସାରୀର ଗୁରୁବାର ବିଳମ୍ବିତରାତିରେ ମୃତ୍ୟୁ ଘଟିଛି । ଏହି ଖବର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ଅର୍ଥ।ତ୍ ଶୁକ୍ରବାର ସ୍ବର୍ଗତ ବିଜେପି ବିଧାୟକ କୃଷ୍ଣାନନ୍ଦ ରାଏଙ୍କ ପତ୍ନୀ ଅଲକା ରାଏ ବାବା ବିଶ୍ବନାଥଙ୍କ ଦର୍ଶନ କରିବା ପାଇଁ ପୁଅ ପୀୟୁଷ ରାଏଙ୍କ ସହିତ ମନ୍ଦିର ପହଞ୍ଚିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଅନସାରୀର ମୃତ୍ୟୁ ଖବର ଶୁଣି ସେ ବେଶ୍ ଖୁସି ଅଛନ୍ତି । ଦୀର୍ଘ ଦିନ ପରେ ତାଙ୍କୁ ନ୍ୟାୟ ମିଳିଛି । ତାଙ୍କ ସ୍ବାମୀ ତଥା ବିଜେପି ନେତା କୃଷ୍ଣାନନ୍ଦ ରାଏଙ୍କୁ ଅନସାରୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ସେ କହିଛନ୍ତି, ” ଆମେ ସିବିଆଇ କୋର୍ଟରେ କେସ ହାରିଯାଇଥିଲୁ ସତ, ହେଲେ ବାବା ବିଶ୍ବନାଥଙ୍କ ଉପରେ ମୋର ପୁରା ବିଶ୍ବାସ ଥିଲା । ମୁଁ ଏହି ପ୍ରାର୍ଥନା ନେଇ ବାରମ୍ବାର ବାବାଙ୍କ ଦରବାରକୁ ଆସୁଥିଲି । ଆଜି ତାଙ୍କ କୃପାରୁ ମୋତେ ନ୍ୟାୟ ମିଳିଛି । ଆଜି ଦିନଟି ଆମ ପରିବାର ପାଇଁ ବେଶ ଖୁସିର ଦିନ । ଯେତେ ବି ପରିବାର ଅନସାରୀ ପାଇଁ ଅନାଥ ହୋଇଯାଇଥିଲେ, ଆଜି ତାଙ୍କ ଲାଗି ବଡ଼ ଦିନ ।”ସେ ଆହୁରି କହିଛନ୍ତି, ” ମୋ ସ୍ବାମୀଙ୍କ ହତ୍ୟା ପରେ ଆମେ ହୋଲି ଉତ୍ସବ ପାଳିବା ବନ୍ଦ କରିଥିଲୁ । ହେଲେ ଆଜି ଦିନଟି ହୋଲି ଭଳି ଆମକୁ ଖୁସି ଲାଗୁଛି । ମୁଁ ଆଜି ହୋଲି ପାଳିବି ।

ସୂଚନା ଅନୁଯାୟୀ “ଏପ୍ରିଲ ୨୦୨୩ରେ ମୁଖତାର ଅନସାରୀକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଥିଲେ ଏମପି ଏମଏଲଏ କୋର୍ଟ । ବିଜେପି ବିଧାୟକ କୃଷ୍ଣାନନ୍ଦ ରାଏଙ୍କୁ ହତ୍ୟା ମାମଲାରେ ଏହି ଦଣ୍ଡାଦେଶ ଶୁଣାଯାଇଥିଲା । ଏହାପରେ ଅନ୍ୟ ଏକ ମାମଲାରେ ମୁଖତାର ଅନସାରୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଥିଲା ।

Leave a Reply

Your email address will not be published. Required fields are marked *