ସରିବାକୁ ଆସିଲାଣି କାର୍ତ୍ତିକ ମାସ , ହେଲେ ଦେଖା ନାହିଁ ଶୀତ ।
1 min readକାର୍ତ୍ତିକ ମାସରେ ଥର ଥର ଶୀତ । କମ୍ପିଯାଏ ଦେହ ହାତ ଟାଙ୍କୁରୀ ଉଠେ ପୁରା ଶରୀର । ହେଲେ କାଇଁ ଏଥର ଶୀତ । କୋଷ କୋଷ ଯାଏଁ ଦେଖା ଯାଉନି ଟିକିଏ କୁହୁଡିର ଚାଦର । ଘାସ ଗୁଡାକ ବି ଉପରକୁ ଚାହିଁ ରହିଛନ୍ତି ରାତିଅଧରେ ବି ପଡୁନି ତାଙଯକ ଉପରେ ଶୀତର ଛୁଆଁ ଦେଉଥିବା କାକର ।
ଓଡ଼ିଶା ଉପକୂଳରେ ରାତିରେ ଗରମ ଅନୁଭୂତ ହେଉଛି । ସବୁଠି ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଅଧିକ ରହୁଛି । ଯେଉଁଠି ତୁଷାରପାତ ହେବା କଥା ସେଠି ରାତି ତାପମାତ୍ରାରେ ଏପର୍ଯ୍ୟନ୍ତ ବିଶେଷ ପରିବର୍ତ୍ତନ ହୋଇ ନାହିଁ । ଏ ମାସରେ ବିଶେଷ ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।