ଦୁନିଆର ସବୁଠୁ ବିଷାକ୍ତ ଗଛ , ଯାହାକୁ ନଛୁଇଁବାକୁ ଲାଗିଛି ନୋଟିସ୍ ବୋର୍ଡ ।
1 min readଗଛ ଲତା ଗୁଡିକ ପ୍ରକୃତି ସହ ଆମକୁ ବଞ୍ଚାଇ ରଖିବାରେ ସାହାର୍ଯ୍ୟ କରନ୍ତି । ନିଶ୍ୱାସ ପ୍ରଶ୍ୱାସ ଠାରୁ ଆରମ୍ଭ କରି ମଣିଷ ବଞ୍ଚିବା ପାଇଁ ପୁରା ପୁରି ଗଛ ଉପରେ ନିର୍ଭରଶୀଳ । ଜଳ ଭଳି ଗଛବୃଛ ବିନା ମଣିଷ ପୃଥିବୀ ପୃଷ୍ଠରେ ବଞ୍ଚିବା ଅସମ୍ଭବ । କିନ୍ତୁ କଣ ଆପଣ ଜାଣନ୍ତି କି ଆମ ଆଖ ପାଖରେ ଏମିତି କିଛି ଗଛ ଅଛି ଯାହା ସସ୍ପର୍ଶରେ ଆସିଲେ ଆମର ମୃତ୍ୟୁ ସୁନିଶ୍ଚିତ ।
ଆଜ୍ଞା ହଁ ଏହି ଗଛର ନାମ ହେଉଛି ମନସିନିଲ(Manchineel tree)। ଫ୍ଲୋରିଡା ଏବଂ କାରିବିଆନ୍ ସାଗର ମଧ୍ୟରେ ଅବସ୍ଥିତ ଏହି ଗଛକୁ ଦୁନିଆର ସବୁଠାରୁ ବିଷାକ୍ତ ଗଛ କୁହାଯାଏ । ଏହି ଗଛ ଏତେ ବିଷାକ୍ତ ଯେ ଯଦି କୌଣସି ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସେ, ତେବେ ସେ ଶରୀରରେ କ୍ଷତ ସୃଷ୍ଟି ହେବାକୁ ଆରମ୍ଭ କରେ । ଏହି ଗଛର ପ୍ରତ୍ୟେକ ଅଂଶ ବିଷାକ୍ତ କିନ୍ତୁ ସବୁଠାରୁ ବିଷାକ୍ତ ଏହାର ଫଳକୁ ବିବେଚନା କରାଯାଏ । ଯଦି ଜଣେ ବ୍ୟକ୍ତି ଏହି ଫଳକୁ ଖାଲି ଟିକିଏ ଚାଟି ବି ଦିଏ, ତେବେ ତାର ମୃତ୍ୟୁ ନିଶ୍ଚିତ ।
ଏମିତି କି କିଛି କିଛି ବୈଜ୍ଞାନିକ କୁହନ୍ତି, ୫୦ ଫିଟ୍ ଉଚ୍ଚର ଏହି ଗଛ ତଳେ ଛିଡା ହେଲେ ବି ଜୀବନ ଚାଲିଯାଏ । ବର୍ଷା ସମୟରେ ଗଛ ତଳେ ଠିଆ ହେବା ଦ୍ୱାରା ଜୀବନ ପ୍ରତି ବିପଦ ରହିଛି ବୋଲି ଏହି ଗଛରେ ସତର୍କ ବୋର୍ଡ ଲଗା ହୋଇଥାଏ ।
ଥରେ କିଛି ବୈଜ୍ଞାନିଜ ଏହାକୁ ପରୀକ୍ଷା କରିବା ପାଇଁ ଏହାର ସ୍ବାଦ ଚାଖିଥିଲେ । କିନ୍ତୁ ଏହା ଏତେ ବିଶାକ୍ତ ଯେ ଏହାର ପ୍ରଭାବ ତୁରନ୍ତ ସେମାନଙ୍କ ଶରୀରରେ ଦେଖାଦେଇଥିଲା । ହେଲେ ସେମାନଙ୍କର ସଠିକ୍ ସମୟରେ ଚିକିତ୍ସା ହେତୁ ସେମାନଙ୍କ ଜୀବନ ବଞ୍ଚିଯାଇପାରିଥିଲା । ତେବେ ଏକ ଛୋଟ ସେଓ ଆକାର ଭଳି ଦେଖାଯାଉଥିବା ଏହି ଫଳକୁ ‘ଖ୍ରୀଷ୍ଟୋଫର୍ କଲମ୍ବସ୍’ ‘ମୃତ୍ୟୁ ଛୋଟ ସେଓ’ ନାମ ଦେଇଥିଲେ ।
ଏହାକୁ ଖାଇବା ମାତ୍ରେ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ, ଯେମିତିକି ଦୃଷ୍ଟିଶକ୍ତି ଚାଲିଯିବା, ଶରୀରରେ ଜଳାପୋଡା ଆରମ୍ଭ ହେବା ସହିତ ଶରୀରରେ ବିରି ବିରି ହୋଇ ଲାଲ ଲାଲ ଫଳିବା ଆରମ୍ଭ ହୋଇଯାଏ ।