ନିଆଁରେ ପୋଡି ମା ଝିଅ ମୃତ , ସମ୍ପତି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ।
1 min readସମ୍ବଲପୁର ସଦର ଥାନା ଅନ୍ତର୍ଗତ ମାନେଶ୍ବର ସାପ୍ତାହିକ ବଜାର ନିକଟ ଏକ ଘରେ ନିଆଁ ଲାଗି ମା ଝିଅଙ୍କ ମୃତ ଘଟଣା ଭିନ୍ନ ଦିଗ ନେଇଛି । ରୋଷେଇ ଘରେ ଝିଅର ଜୀବନ୍ତ ଦଗ୍ଧ ଶରୀରର ମିଳିବା ପରେ ବୟସ୍କା ମାର ମୃତ ଶରୀର ବେଡ୍ ରୁମରୁ ଉଦ୍ଧାର ହୋଇଛି । ତେବେ ଏହା ଏକ ଦୁର୍ଘଟଣା ନା ଷଡଯନ୍ତ୍ର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡିନାହିଁ । ମୃତା ମା’ଝିଅଦ୍ୱୟ ହେଲେ ୯୦ ବର୍ଷୀୟା ସ୍ନେହଲତା ଦୀକ୍ଷିତ ଓ ତାଙ୍କ ଝିଅ ୬୨ ବର୍ଷୀୟା ସୈରେନ୍ଦ୍ରି ଦୀକ୍ଷିତ ।
ଗତ ରାତିରେ ମା’ ଝିଅ ହାଟପଦାସ୍ଥିତ ନିଜ ଘରର ଉପର ମହଲାରେ ଥିବା ବେଳେ ଘରୁ ନିଆଁ ବାହରୁଥିବାର ଦେଖିଥିଲେ ପୋଡୋଶୀ । । ମା’ଝିଅ ତା’ ଭିତରୁ ବାହାରି ନ ପାରି ଚିତ୍କାର କରିଥିଲେ। ଆଖପାଖ ଲୋକେ ଏହା ଶୁଣି ତୁରନ୍ତ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ମା’ଝିଅକୁ ଭିତରୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଉଭୟ ଜୀବନ୍ତ ଦଗ୍ଧ ହୋଇ ସାରିଥିଲେ।
ବର୍ତ୍ତମାନ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରୁଛି । ତେବେ ଏହା ହତ୍ୟା ନା ଆଉ କଣ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି । ଅନ୍ୟପକ୍ଷରେ ମୃତକ ଙ୍କ ପରିବାର ଲୋକେ ଜମିବାଡ଼ି କୁ ନେଇ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିବା ଜଣାପଡିଛି ।