Pratidin TV

Odisha's Digital News Platform

ଜନ୍ମ କଲା ଝିଅକୁ ଛାଡି ଚାଲିଗଲେ ମା , ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ

ବଲାଙ୍ଗୀର ; ନବଜାତ ଶିଶୁକୁ ଛାଡ଼ି ପଳାଇଲା ମା । ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି । ସେହିଭଳି ଆଉ ଜଣେ ବ୍ୟକ୍ତି ଏକ ନବଜାତ ଶିଶୁକନ୍ୟା କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟରେ ଆସି ଛାଡ଼ି ଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତ ୨୪ ତାରିଖ ମଧ୍ୟାହ୍ନ ୨ ଟା ସମୟରେ ଜଣେ ମହିଳା ଆସି ନବଜାତ ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଛାଡ଼ି ଯାଇଥିଲେ । ସେହିଭଳି ଗତ ରବିବାର ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ନବଜାତ ଶିଶୁକନ୍ୟା କୁ ଛାଡି ପଳାଇଥିଲେ । ଉଭୟ ଶିଶୁଙ୍କୁ ଅବିବାହିତ ଯୁବତୀ ଜନ୍ମ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁକୁ ଛାଡ଼ି ପଳାଇଥିଲେ । ଏନେଇ ଖବର ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲ । ଶିଶୁଟିର ସ୍ବାସ୍ଥ୍ୟ ବସ୍ଥ ବର୍ତ୍ତମାନ ସ୍ଥିର ରହିଛି ।

ଶିଶୁଟିର ଓଜନ ଜନ୍ମ ସମୟରେ ୧୪୦୦ ଗ୍ରାମ ରହିଥିବା ବେଳେ ଡିସିପିଓ କାର୍ଯ୍ୟାଳୟ ରେ ଛାଡିଥିବା ଶିଶୁଟିର ଓଜନ ୩ କେଜି ରହିଥିବା ସୂଚନା ରହିଛି । ବର୍ତ୍ତମାନ ଉଭୟ ଶିଶୁକନ୍ୟା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଏସ ଏନ୍ ସି ୟୁ ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *