Pratidin TV

Odisha's Digital News Platform

ସ୍ୱାମୀ ଆଗରେ ଛୁଆକୁ ଧରି ନଦୀକୁ ଡେଇଁଲା ମାଆ …

1 min read

ସ୍ୱାମୀ ଆଗରେ ଛୁଆକୁ ଧରି ନଦୀକୁ ଡେଇଁଲା ମାଆ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଗଡ଼ଗଡ଼ି ସେତୁ ଉପରୁ ଛୁଆକୁ ଧରି ମାଆ ଖରସ୍ରୋତା ନଦୀକୁ ଡେଇଁ ପଡିଥିଲା । ଏହା ଦେଖି ସ୍ୱାମୀ ମଧ୍ୟ ସ୍ତ୍ରୀ ଓ ପିଲାକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁପଡିଥିଲେ । ସ୍ୱାମୀ ପାଣି ଭିତରେ ପିଲାଟିକୁ ଟେକି ଧରିଥିଲେ ।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦେଖିବା ପରେ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ପ୍ରାଥମିକ ଚିକିତ୍ସା ପରେ ଉଭୟ ମାଆ ଓ ୯ମାସର ଶିଶୁ କନ୍ୟାକୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ବୋଲି ଜଣାପଡିଛି ।ପାରିବାରିକ କଳହକୁ ଏହି ଘଟଣା ଘଟିଥିବା କୁହାଯାଉଛି ।

Advertisement

Leave a Reply

Your email address will not be published. Required fields are marked *