Pratidin TV

Odisha's Digital News Platform

ବାଲିଯାତ୍ରାରେ ଜମୁଛି ମଟନ୍ ଦହିବରା କ୍ରେଜ୍ ।

1 min read

କଟକ : କଟକ ବାଲିଯାତ୍ରା ରେ ପ୍ରଥମ ଥର ପାଇଁ ମଟନ୍ ଦହିବରା ର ସ୍ଵାଦ । ଆପଣଙ୍କୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ପୂର୍ବରୁ ଦହିବରା ଆଳୁଦମ୍ ପାଇଁ କଟକ ଫେମସ୍ ରହିଥିବା ବେଳେ ଏବେ ମଟନ୍ ଦହିବରା ର ସ୍ଵାଦ କଟକ ବାଲିଯାତ୍ରା ରେ । କେବଳ ମଟନ୍ ଦହିବରା ନୁହେଁ ମଟନ୍ ଓ ଚିକେନ୍ ଦୋଷା ର ଫ୍ଲେଭର୍ ୨୦୨୪ ବାଲିଯାତ୍ରା ରେ ।

କଟକ ଏବଂ ଦହିବରା ଆଳୁଦମ୍ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ମୁଖ୍ୟମନ୍ତ୍ରୀ ଙ୍କ କଥା ହେଉ ଅବା ସାଧାରଣ ଜନତାଙ୍କ କଥା । କଟକ ର ଦହିବରା, ଆଳୁଦମ୍ ପାଇଁ ସମସ୍ତଙ୍କ ର ରହିଛି ସ୍ୱତନ୍ତ୍ର ଋଜ୍ଞକ୍ଟଗ୍ଧସକ୍ଟଦ୍ଭ । ଏମିତିକି କଟକ ର ଦହିବରା ଆଳୁଦମ୍ କୁ ଜି.ଆଇ. ଟ୍ୟାଗ୍ ମାନ୍ୟତା ଦେବା ପାଇଁ ବାରବାଟି-କଟକ ବିଧାୟିକା ବିଧାନସଭାରେ ସ୍ୱର ଉଠାଇ ସାରିଛନ୍ତି । ତେବେ ଖଟା, ମିଠା, ଦହିବରା ସହ ତ ସମସ୍ତେ ଅଭ୍ୟସ୍ତ ଥିବେ । କିନ୍ତୁ ଚଳିତ ବାଲିଯାତ୍ରା ରେ ଶ୍ରୀ କିଚେନ୍ସ୍ ହାଉସ୍ ଆଣିଚି ମଟନ୍ ଦହିବରା ର ସ୍ଵାଦ । ଯାହାର ଦାମ୍ ୧୨୦ ଟଙ୍କା ଏବଂ ଗୋଟେ ପ୍ଲେଟ୍ ରେ ରହିଛି ପାଞ୍ଚ ପିସ୍ ଦହିବରା ସାଙ୍ଗକୁ ମଟନ୍ କିମା ର ଆଳୁଦମ୍, ୱିଥ୍ ଘୁଗୁନୀ । ଆଉ ଏହି ମଟନ୍ ଦହିବରା ର ସ୍ଵାଦ ଚାଖିବା ପରେ କ’ଣ କହିଛନ୍ତି ପୁରୀରୁ ବାଲିଯାତ୍ରା ବୁଲିବାକୁ ଆସିଥିବା ଗ୍ରାହକ ଶୁଣନ୍ତୁ ।

Advertisement

ସେହିଭଳି ଶ୍ରୀ କିଚେନ୍ସ୍ ହାଉସ୍ ଏଥର ବାଲିଯାତ୍ରା ରେ ଲଞ୍ଚ କରିଚି ଦୋସା ର ଡିଫରେଣ୍ଟ୍ ଆଇଟମ୍ସ୍ । ତେବେ ଦୋସା କଥା ଆସିଲେ ମାଇଣ୍ଡ କୁ ଆସେ ସାଉଥ୍ ଇଣ୍ଡିଆନ୍ ର ମସଲା ଦୋସା । କିନ୍ତୁ ଏଠି ଆପଣ ପାଇବେ ଭେଜ୍ ଓ ନନ୍-ଭେଜ୍ ର ଦୋସା । ନନ୍-ଭେଜ୍ ଦୋସାରେ ରହିଛି ମଟନ୍ କିମା, ଚିକେନ୍ କିମା ଦୋସା । ଏବଂ ଭେଜ୍ ରେ ଆପଣଙ୍କୁ ମିଳିଯିବ ପନିର, ଛତୁ ଦୋସା ।

ତେବେ ଲୋକଙ୍କ ଆଗ୍ରହ ଦେଖି ମୁଖ୍ୟମନ୍ତ୍ରୀ ବାଲିଯାତ୍ରାକୁ ଶୁକ୍ରବାର ପରିବର୍ତ୍ତେ ଶନିବାର ଶେଷ ହେବାକୁ କହିଛନ୍ତି । ଯଦି ଆପଣ ମଟନ୍ ଦହିବରା ଖାଇ ନାହାଁନ୍ତି ନିହାତି ଥରେ ଭିଜିଟ୍ କରନ୍ତୁ । ଆଉ ନିଜର ଫିଡ୍ ବ୍ୟାକ୍ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *