Pratidin TV

Odisha's Digital News Platform

ବଦଳିବ ମୋ ବସ୍‌ର ନାଁ , ଚାଲିବ ଆମ ବସ୍ !

1 min read

ବଦଳିଛି ସରକାର ବଦଳୁଛି ଯୋଜନା । ଆଉ ଜନସାଧାରଣଙ୍କ ସୁବିଧା ପାଇଁ ପୂର୍ବରୁ ରାଜ୍ୟ ସରକାର ଯେଉଁ ସୁବିଧା କରିଛନ୍ତି ତାହା ନୂତନ ସରକାର ଆସିବା ପରେ ବଦଳିନାହିଁ । ବରଂ ନୂଆ ନୂଆ ଯୋଜନା ସହ ସେହି ଯୋଜନା ଗୁଡିକୁ ଆହୁରି ସୁଦୃଢ କରାଯାଉଛି । ବର୍ତ୍ତମାନ ଲକ୍ଷ୍ମୀ ବସର ରଙ୍ଗ ଓ ନାମ ବଦଳାଯାଇଥିବା ବେଳେ ମୋ ବସ୍ ର ଅବସ୍ଥା ମଧ୍ୟ କିଛି ସେମିତି ।
‘ମୋ’ ବସର ନାମ ବଦଳି ହୋଇପାରେ ଆମ ବସ୍ ।

ଆବଶ୍ୟକ ପଡିଲେ ଏହା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ‘ମୋ’ର ଅର୍ଥ ହେଉଛି ଅହଂ ଭାବ, ତେଣୁ ଆମେ ହେଲେ ଭଲ ହେବ । ‘ମୋ’ ବସ ସେବା ଲୋକ ମାନଙ୍କୁ ସୁବିଧା ଯୋଗାଉଥିବା ବେଳେ ଏହା ଚାଲୁ ରହିବ । ଆବଶ୍ୟକ ପଡିଲେ ବସ୍ ସଂଖ୍ୟା ବଢାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତିା ଆଗକୁ ପ୍ରଧାନମନ୍ତ୍ରୀ ଇ-ବସ ଯୋଜନାରେ ଓଡ଼ିଶାକୁ ୪୦୦ ବସ୍ ଆସିବାକୁ ଥିବା ବେଳେ ଭୁବନେଶ୍ବର, କଟକ ସମେତ ରାଜ୍ୟର ଅନ୍ୟାନ ସ୍ଥାନରେ ମଧ୍ୟ ଏହି ବସ୍ ଚଳାଚଳ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *