Pratidin TV

Odisha's Digital News Platform

ବଦଳିଲା ‘ମୋ ସ୍କୁଲ ଅଭିଯାନ’ର ନାଁ , ଏବେ ଚାଲିବ ‘ପଞ୍ଚସଖା ଶିକ୍ଷା ସେତୁ’ ଅଭିଯାନ

ବଦଳିଲା ମୋ ସ୍କୁଲ ଅଭିଯାନ । ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି ‘ପଞ୍ଚଶଖା ଶିକ୍ଷା ସେତୁ ଯୋଜନା’ ରଖିଲା ଗଣଶିକ୍ଷା ବିଭାଗ । ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖା ହୋଇଛି ।

୨୦୧୭ ମସିହା ନଭେମ୍ୱର ୧୪ ଶିଶୁ ଦିବସ ଅବସରରେ ମୋ ସ୍କୁଲ ଅଭିଯାନର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲଗୁଡ଼ିକର ବିକାଶ ଲାଗି ସ୍ୱେଚ୍ଛାକୃତ ଅବଦାନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ମୋ ସ୍କୁଲ ଅଭିଯାନର ଲକ୍ଷ୍ୟ ଥିଲା।

ଓଡ଼ିଶାରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ବିକାଶ ନିମନ୍ତେ ବିଭିନ୍ନ ଲୋକଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ମଞ୍ଚଟିଏ ଯୋଗାଇବା ଏହାର ଉଦ୍ଦେଶ୍ୟ ଥିଲା। ତେବେ ସରକାର ବଦଳିବା ପରେ ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ନୂଆ ନାଁ ‘ପଞ୍ଚସଖା ଶିକ୍ଷା ସେତୁ’ ରଖାଯାଇଛି।

Leave a Reply

Your email address will not be published. Required fields are marked *