Pratidin TV

Odisha's Digital News Platform

କାର୍ଗିଲ ଯୋଦ୍ଧାଙ୍କ ବଳିଦାନକୁ ମନେ ପକାଉଛି ଦେଶ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

1 min read

ପାଳୁଛି କାର୍ଗିଲ ବିଜୟ ଦିବସ | ୨୫ ବର୍ଷ ପୂର୍ତ୍ତି ଅବସରରେ କାର୍ଗିଲ ବୀର ଯୋଦ୍ଧାଙ୍କୁ ସମସ୍ତେ ମନେ ପକାଇ ପ୍ରଶଂସା କରୁଛନ୍ତି | ଦେଶରେ ପ୍ରତିବର୍ଷ ୨୬ ଜୁଲାଇରେ କାର୍‌ଗିଲ ବିଜୟ ଦିବସ ପାଳନ କରାଯାଉଛି। ୧୯୯୯ର କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ। ଏହି ଦିନ ଦେଶ ତାଙ୍କ ଶହୀଦଙ୍କୁ ଅଭିବାଦନ ଜଣାଉଛି।

ଏହି ଅବସରରେ କାର୍ଗିଲ ଯୁଦ୍ଧର ବୀର ଯବାନଙ୍କୁ ସମ୍ମାନ ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେ ଲାଦଖର ଡ୍ରାସ ସେକ୍ଟରରେ ଥିବା କାର୍ଗିଲ ଯୁଧ ସ୍ମାରକୀ ପରିଦର୍ଶନ କରିବା ସହ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ମୋଦି ମଧ୍ୟ ଏଠାରେ ଥିବା ଶିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର କାର୍ଯ୍ୟର ତଦାରଖ କରିବାକୁ ଯାଉଛନ୍ତି।

୧୯୯୯ ମେ ୩ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ହୋଇଥିଲା ପରିସମାପ୍ତି | ଦୀର୍ଘ ୭୩ ଦିନର ଯୁଦ୍ଧ ପରେ ଏହା ଶେଷ ହୋଇଥିଲା | ଏହି ଯୁଦ୍ଧରେ ଦେଶର ୫୨୭ ଜଣ ଯବାନ ଭାରତ ମା ପାଇଁ ସହିଦ ହୋଇଥିଲେ | କାର୍ଗିଲ ଯୁଦ୍ଧରେ ଭାରତୀୟ ସଶସ୍ତ୍ର ବାହିନୀ ଜମ୍ମୁ-କଶ୍ମୀରର କାର୍‌ଗିଲ ଜିଲାର ଯେଉଁଠାରେ ପାକିସ୍ତାନୀ ସୈନିକ ଏବଂ ଆତଙ୍କବାଦୀମାନେ କବ୍‌ଜା କରିଥିଲେ ସେହି ଅଞ୍ଚଳକୁ ମୁକ୍ତ କରିଥିଲେ। ଏହି ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ଶହୀଦମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଏ।

Leave a Reply

Your email address will not be published. Required fields are marked *