ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ଏନଡିଏ ଦଳ ..
1 min readଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ଅନେକ ରାଉଣ୍ଡ ବୈଠକ ପରେ ଏନଡିଏ ନେତାଙ୍କ ଏକ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଯାଇ ସରକାର ଗଠନ ପାଇଁ ପ୍ରସ୍ତାବ ଦାଖଲ କରିଥିଲେ। ସରକାର ଗଠନ ଦାବିରେ ଅମିତ ଶାହା, ରାଜନାଥ ସିଂ, ଜେପି ନାଡ୍ଡା, ନୀତୀଶ କୁମାର ଓ ଏକନାଥ ସିନ୍ଦେ ଏନଡିଏ ପକ୍ଷରୁ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ଅପରାହ୍ନ ୪.୩୦ ରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବାକୁ ଯିବେ।
ଲୋକସଭା ନିର୍ବାଚନ ଫଳାଫଳରେ ଏନଡିଏ ଦଳ ୨୯୩ଟି ଆସନ ପାଇଥିଲେ, ଯାହା ୨୭୨ ର ମ୍ୟାଜିକ୍ ସଂଖ୍ୟାଠାରୁ ଅଧିକ। ଯଦିଓ ଏନଡିଏର ନେତୃତ୍ୱ ନେଉଥିବା ଭାରତୀୟ ଜନତା ପାର୍ଟି ଏଥର ସଂଖ୍ୟାଗରିଷ୍ଠତା ନମ୍ବର ଠାରୁ ବହୁତ କମ୍ ହୋଇଥିଲେ ମଧ୍ୟ ମନୋବଳକୁ ନେଇ ଏକ ଦୀର୍ଘ ରାଉଣ୍ଡ ବୌଠକ ଅନୁଷ୍ଠିତ ହୋଇଥିଲା। ତେବେ ଶୁକ୍ରବାର ଦିନ ଅପରାହ୍ନରେ ଏନଡିଏ ନେତାମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟି ସରକାର ଗଠନ ଓ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।