Pratidin TV

Odisha's Digital News Platform

ଜମିବାଡି ବିବାଦରୁ ନାବାଳିକା ଝିଅକୁ ର୍ଟାଗେଟ୍ , କୁକର୍ମ କରିବାକୁ କହି ପରିବାର ଲୋକଙ୍କୁ ଆକ୍ରମଣ କଲା ପଡୋଶୀ ।

1 min read

ଆଠଗଡ ; ନାବାଳିକା ଙ୍କୁ ଅସଦାଚରଣ ଉଦ୍ୟମକୁ ବିରୋଧ କରିବାରୁ ବଡମ୍ବା ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ଦୁଇ ପଡୋଶୀ ଙ୍କ ମଧ୍ୟରେ ଘଟିଛି ମର୍ମନ୍ତୁଦ ଘଟଣା।ଉଭୟ ପକ୍ଷରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁ ଉଭୟ ପକ୍ଷରୁ ୭ ଜଣ ଗୁରୁତର ଆହତ ହୋଇଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲ କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

ଘଟଣା ର ବିବରଣୀ ରୁ ପ୍ରକାଶ ବଡମ୍ବା ଥାନା ଅନ୍ତର୍ଗତ ଗୋପପୁର ଗ୍ରାମର ବୈଷ୍ଣବ ସାହୁ ଙ୍କ ପରିବାର ଓ ବୈକୁଣ୍ଠ ସାହୁ ଙ୍କ ପରିବାର ମଧ୍ୟରେ ଦୀର୍ଘ ମାସ ଧରି ଜମିବାଡ଼ି କୁ ନେଇ ବିବାଦ ଲାଗି ରହିଛି।ବଡମ୍ବା ଥାନା ଓ ଗ୍ରାମ କମିଟି ରେବୈକୁଣ୍ଠ ଙ୍କ ପରିବାର ତରଫରୁ ବାରମ୍ବାର ଅଭିଯୋଗ ସତ୍ବେ ବଡମ୍ବା ପୋଲିସର ଉଦାସୀନତା ମନୋଭାବ ଯୋଗୁ ସେମାନେ ନ୍ୟାୟ ପାଇପାରୁ ନାହାନ୍ତି କିମ୍ବା ଗ୍ରାମରୁ ମଧ୍ୟ ନ୍ୟାୟ ପାଉନାହାନ୍ତି ବୋଲି ବୈକୁଣ୍ଠ ସ୍ତ୍ରୀ ମଲ୍ଲିକା ସାହୁ ଅଭିଯୋଗ କରନ୍ତି।ଆଜି ଅପରାହ୍ନ ରେ ବୈକୁଣ୍ଠ ଙ୍କ ନାବାଳିକା ଝିଅ ଜଟି (ଛଦ୍ମନାମ ୧୬) କଲେଜ ରୁ ଅପରାହ୍ନ ରେ ବାଡି ବାଟେ ଫେରୁଥିଲା ବେଳେ ଅପର ପକ୍ଷର ବୈଷ୍ଣବ ଙ୍କ ପୁଅ ସାନନ୍ଦ (୩୨) ତାଙ୍କୁ ଅସଦାଚରଣ କରିବା ଉଦ୍ଦେଶ୍ୟରେ ପଛପଟୁ ଆସି କୁଣ୍ଢାଇ ଭିଡା ଓଟରା କରିଥିଲେ ବୋଲି ଜଟି ଅଭିଯୋଗ କରିଛନ୍ତି। ସାନନ୍ଦ ଜଟି କୁ କୁଣ୍ଢାଇ ଆଜି କୁକର୍ମ କରିବ ବୋଲି ବଡ ପାଟିରେ ଚିତ୍କାର କରିବାରୁ ଜଟି ର ଭାଇ ଆଲୋକ ଆସି ଜଟିକୁ ସାନନ୍ଦ କବଳ ରୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ସମୟରେ ସାନନ୍ଦ ଘରୁ ଏକ କାତି ଆଣି ଆଲୋକ କୁ ହାଣି ଆକ୍ରମଣ କରିଥିଲା।

Advertisement

ପାଟିତୁଣ୍ଡ ଓ ଚିତ୍କାର ଶୁଣି ଆଲୋକ ର ମା ମଲ୍ଲିକା(୩୬),ବାପା ବୈକୁଣ୍ଠ(୩୯),ବଡ ଭାଇ ଦିପ୍ତିରଞ୍ଜନ ଆସି ଘଟଣା ସ୍ଥଳରେ ପହଞ୍ଚି ଆଲୋକ କୁ ଉଦ୍ଧାର କରିବାକୁ ଉଦ୍ୟମ କରିବା ସମୟରେ ସାନନ୍ଦ ର ପରିବାର ମାନେ ଘଟଣା ସ୍ଥଳରେ ପହଞ୍ଚି ମିଳିତ ଭାବେ ମଲ୍ଲିକା,ବୈକୁଣ୍ଠ ଓ ଦୀପ୍ତି ରଞ୍ଜନ ଙ୍କୁ ହାଣି ଚାଲିଥିଲେ।ତେଵେ ବୈକୁଣ୍ଠ ପରିବାର ର ପାଲଟା ଆକ୍ରମଣ ରେ ମଧ୍ୟ ସାନନ୍ଦ ସହ ଅନ୍ୟ ଦୁଇଜଣ ବୈଷ୍ଣବ ଙ୍କ ପରିବାରରୁ ଆହତ ହୋଇଛନ୍ତି।ଅସଦାଚରଣ ର ଶିକାର ହୋଇଥିବା ସାବିତ୍ରୀ ଏସଂକ୍ରାନ୍ତ ରେ ବଡମ୍ବା ଥାନାରେ ବୈଷ୍ଣବ ଙ୍କ ପରିବାର ର ବିନୋଦ, ସାନନ୍ଦ ,ମାନଗୋବିନ୍ଦ ଓ ତାହାର ସ୍ତ୍ରୀ ଟିକି,ମା ସଜନୀ,ଦାଦା ପଞ୍ଚୁ ଆଦି ୭ ଜଣ ଙ୍କ ନାମରେ ଏତଲା ଦେଇଛନ୍ତି।ତେବେ ସାନନ୍ଦ ଙ୍କ ପକ୍ଷର ଆହତ ମାନେ ଚିକିତ୍ସା ପାଇଁ ବଡମ୍ବା ସିଧା କଟକ ବଡଡାକ୍ତରଖାନା କୁ ଚାଲି ଯାଇଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଏତଲା କାରିଣୀ ସାବିତ୍ରୀ ଙ୍କ ଦୁଇ ଭାଇ,ବାପା ଓ ମା ଙ୍କୂ ଆଠଗଡ ଡାକ୍ତରଖାନା ରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *