ରାଜ୍ୟପାଳଙ୍କୁ ଭେଟିଲେ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା
1 min readରାଜଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା | ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ନୂତନ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଗତକାଲି ଜୁଲାଇ ୧ ତାରିଖ ଦିନ ସନ୍ଧ୍ୟାରେ ସୌଚନୀୟତା ମୂଳକ ସାକ୍ଷାତ ଏବଂ ଆଲୋଚନା କରିଛନ୍ତି |
ସୂଚନା ଅନୁଯାୟୀ ଜୁନ ୩0 ତାରିଖ ୧୯୯0 ବ୍ୟାଚ IAS ଅଧିକାରୀ ମନୋଜ ଆହୁଜା ଓଡ଼ିଶାର ଦାୟିତ୍ୱ ନେଇଛନ୍ତି ଏବଂ ମୁଖ୍ୟ ଶାସନ ସଚିବ ରୂପରେ ନିଜର କାର୍ଯ୍ୟହାର ଆରମ୍ଭ କରିଛନ୍ତି | ବରିଷ୍ଠ IAS ମନୋଜ ଆହୁଜା ଓଡିଶା ସରକାରଙ୍କ ନୂଆ ମୁଖ୍ୟ ଶାସନ ସଚିବ ଭାବେ ରବିବାର ଦିନ ଦାୟିତ୍ୱ ଗ୍ରହଣ କରିଥିଲେ | ଲୋକସଭା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ମୁଖ୍ୟ ପ୍ରଦୀପ କୁମାର ଜେନାଙ୍କ ଠାରୁ ସେ ଦାୟିତ୍ୱ ନେଇଥିଲେ | ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସେ ବିଜ୍ଞପ୍ତି ପ୍ରକାଶ ପାଇଥିଲା |
ତେବେ ୧୯୯0 ବ୍ୟାଚ IAS ଅଧିକାରୀ ଶ୍ରୀ ମନୋଜ ଆହୁଜା ଓଡ଼ିଶାର ଜଣେ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ | ବାଣିଜ୍ୟକର କମିଶନ ଭାବେ ନିଜର ଦକ୍ଷତା ମଧ୍ୟ ପ୍ରତିପଦାନ କରିଛନ୍ତି | ହରିୟାଣାରେ ଜନ୍ମିତ ମନୋଜ ଆହୁଜାଙ୍କ ସ୍ୱଚ୍ଛତା, ସାଧୁତା ପାଇଁ ସେ ବେଶ ପରିଚିତ ଅଟନ୍ତି |