Pratidin TV

Odisha's Digital News Platform

ବିବାହ ଭୋଜିରେ ଅତିଥିଙ୍କୁ ଗଛ ବାଣ୍ଟିଲେ ନବଦମ୍ପତି ।

1 min read

ଅସ୍ତରଙ୍ଗ : ଚାଲିଛି ବିବାହ ଋତୁ। ମନ୍ଦିର, ମଠ ହେଉକି ମଣ୍ଡପରେ ସବୁଠାରେ ବିବାହ ଓ ଭୋଜି ଭାତର ମାହୋଲ। ଆଉ ଏଭଳି ମାହୋଲ ଭିତରେ ସମସ୍ତେ କେଉଁଠି ନା କେଉଁଠି ବିବାହ ଭୋଜିରେ ଅଂଶ ଗ୍ରହଣ କରୁଥିବେ। ଉପହାର ସୁରୂପ ବହୁ ନାମୀ ଦାମୀ ଗିଫ୍ଟ ଦେଉଥିବେ। କିନ୍ତୁ ଉପହାର ବଦଳରେ କେଉଁ ବାହାଘରରେ ବି ଅତିଥିଙ୍କୁ ଉପହାର ଫେରସ୍ତ ମିଳିନଥାଏ । ନିକଟରେ ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ଯେଉଁଠି ଉପହାର ପ୍ରତିବଦଳରେ ପ୍ରତିଉପହାର ମିଳୁଛି। ତାହା ପୁଣି ପରିବେଶକୁ ସୁରକ୍ଷା ଦେଉଥିବା ଜୀବନରକ୍ଷା କାରୀ ଗଛ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଂଚାୟତ ସିଲାରୀ ଗ୍ରାମରେ। ସିଲାରୀ ଗାଁର ନବଘନରାଉତ ଙ୍କ ପୁଅ ସମୀର ରାଉତଙ୍କ ବିବାହ ଭୋଜି ଅନୁଷ୍ଠିତ ହୋଇଥିଲା। ଆଉ ବିବାହ ଭୋଜିରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ନବଦମ୍ପତିଙ୍କ ତରଫରୁ ଏକ ବୃକ୍ଷ ଚାରା ପ୍ରଦାନ କରାଯାଇଛି। ସେ ପଟେ ଅତିଥି ମାନେ ନବଦମ୍ପତି ଙ୍କ ନିଆରା ପ୍ରୟାସ କୁ ବେଶ ପ୍ରଶଂସା କରୁଥିଲେ।

Advertisement

ନବଦମ୍ପତି ଙ୍କ କହିବା ମୁତାବକ ମହାମାରୀ କରୋନା ସମୟରେ ଲୋକମାନେ ଅମ୍ଳଜାନ ଅଭାବରୁ ମୃତ୍ୟୁ ବରଣ କରୁଥିଲେ ତାହା ସହ ଆଜି କାଲି ବହୁଳ ପରିମାଣ କଳକାରଖାନା ଗଢି ଉଠିବା ଦ୍ୱାରା ବାୟୁ ମଣ୍ଡଳ ଦୂଷିତ ହେଉଛି। ନିଜ ବାହାଘର ରେ ଅତିଥି ମାନଙ୍କୁ ଉପହାର ସୁରୂପ ଗୋଟେ ଗୋଟେ ବୃକ୍ଷ ଚାରା ପ୍ରଦାନ କରି ବେଶ ଖୁସି ହୋଇଛନ୍ତି। ସତରେ ନବଦମ୍ପତି ଙ୍କ ଏଭଳି ନିଆରା ପ୍ରୟାସ ସମାଜକୁ ଏକ ସୁବାର୍ତ୍ତା ଦେଉଛି।

Leave a Reply

Your email address will not be published. Required fields are marked *