Pratidin TV

Odisha's Digital News Platform

କମୁଛି ରାତିର ତାପମାତ୍ରା ବଢୁଛି ଶୀତର କୋପ,ହେଲେ ରାଜଧାନୀରେ କାଚିବ ବର୍ଷା

1 min read

ଅକ୍ଟୋବର ସାରି ନଭେମ୍ବର ଅଧା ହେବାକୁ ବସିଲାଣି ତଥାପି ଶୀତର ଦେଖା ନାହିଁ | ତେବେ ଏବେ ଖସୁଛି ତାପମାତ୍ର ବଢୁଛି ଥଣ୍ଡା | ରାଜ୍ୟର ୧୫ ସହରର ତାପମାତ୍ର ୨0 ଡିଗ୍ରୀ ତଳେ ରହିଛି | ଫୁଲବାଣୀଏ ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି | ସେହିପରି ଦାରିଙ୍ଗବାଡିରେ ରାତିର ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ ୧୬.୬ ଡିଗ୍ରୀ ରହିଛି | ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଅନୁଭୂତ ହେଲାଣି | ଦିନ ଠାରୁ ରାତିର ତାପମାତ୍ରା ଖସିବାରେ ଲାଗିଛି |

କିନ୍ତୁ ଅନ୍ୟପଟେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି | କେନ୍ଦୁଝର ଠାରୁ ଆରମ୍ଭ କରି କୋରାପୁଟ ପର୍ଯ୍ୟନ୍ତ ସବୁଠି ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି | ୪ ଦିନ ତଳେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ଢେର ଉପରେ ରହୁଥିଲା | ମାତ୍ର ଏବେ ସ୍ଥିତିରେ ପରିବର୍ତ୍ତନ ହେଉଛି | ଦେଶର ମଧ୍ୟଭାଗରେ ଏକ ଗୁରୁଚାପବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧରୁ ତଥା ଉତ୍ତର ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବିତ ହେବାର ସମ୍ଭାବନା ରହିଛି | ଏହାର ପ୍ରଭାବରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିପାରେ |

Advertisement

Leave a Reply

Your email address will not be published. Required fields are marked *