Pratidin TV

Odisha's Digital News Platform

ଦିନକ ପେର ଆରମ୍ଭ ହେବ ଧର୍ମର ମାସ କାର୍ତ୍ତିକ, ଆଜି ଲାଗିଛି ଆମିଷ ବଜାରରେ ଭିଡ..

1 min read

ସରିଛି ଦଶହରା । ଆଉ ଦିନକ ପରେ ଆରମ୍ଭ ହେବ ଧାର୍ମିକ ମାସ । ମାସେ ଧରି ଆମିଷ ଛାଡିବେ ଲୋକେ । ସେହିପରି ଗତକାଲି ଧରାପୃଷ୍ଠକୁ ଆସିବେ ମା ଗଜଲକ୍ଷ୍ମୀ । ତେବେ ଆଜି ଶୁକ୍ରବାର ଥିବାରୁ ଲୋକଙ୍କ ପାଇଁ ହାତରେ ମାତ୍ର ଆଜିର ଦିନ ରହିଛି । ସେଥିପାଇଁ ଆଜି ଆମିଷ ବାଜାରରେ ଲାଗିଛି ନିଆଁ । ଆଜି ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ ନିଜ ନିଜ ଘରକୁ ନେଉଛନ୍ତି ଆମିଷ । କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ । ଆଉ କାହାରି ଘରେ ପଶିବନି ଆମିଷ । ମାସ ସାରା ନିରାମିଷ ଖାଇବାକୁ ପଡିବ । ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଲାଗିଥିଲା ଲୋକଙ୍କ ଭିଡ । ଆଉ ଗ୍ରାହକଙ୍କୁ ଦେଖି ଚଢ଼ା ଦରରେ ବିକ୍ରି ହେଉଛି ଆମିଷ । ଭାକୁର ମାଛ ଦର ୨୫୦ ଟଙ୍କା ଥିବା ବେଳେ, ରୋହି ୨୦୦ ଏବଂ ଚିଙ୍ଗୁଡ଼ି ଦର ୫୦୦ ଟଙ୍କା ରହିଛି । ସେହିପରି ଚୁନା ମାଛରେ ହାତ ମାରିହେଉନି । ଏଥିସହ କଙ୍କଡା ୧୦୦୦ ଟଙ୍କା ଥିବାବେଳେ ଚିକେନ୍ ୨୫୦ ଟଙ୍କା ରହିଛି । ଗ୍ରାହକଙ୍କ ମନ ଜାଣି ବେପାରୀ ବାହାରୁ ମାଛ  ମାଂସ ଆମଦାନୀ କରିଛନ୍ତି । ଭୁବନେଶ୍ୱର ଠାରୁ ଆରମ୍ଭକରି ସବୁ ଜିଲ୍ଲାରେ ଆମିଷ କିଣିବାକୁ ଲୋକେ ସକାଳୁ ଲାଇନ ଲଗାଥିଲ । ଆଉ ଏବେ ଘରେ ଘରେ ବାସୁଛି ଆମିଷର ତରକାରୀ ।

Advertisement

Leave a Reply

Your email address will not be published. Required fields are marked *