Pratidin TV

Odisha's Digital News Platform

ପାକିସ୍ତାନରେ ନିର୍ମାଣ ହେଉଛି ରାମ ମନ୍ଦିର , ମୁସଲମାନ କାରିଗର କରୁଛନ୍ତି ଏହି ମନ୍ଦିର ତିଆରି …

1 min read

ଇତିହାସରେ ପ୍ରଥମ ଥର ଯାହା କେବେ ହୋଇନଥିଲା ତାହା ଏବେ ହୋଇଛି । ଏବେ ରାମଙ୍କ ପ୍ରମରେ ଲୀନ ହୋଇଛନ୍ତି ପାକିସ୍ତାନୀ । ସେଥିପାଇଁ ପାକିସ୍ତାନରେ ନିର୍ମାଣ ହେଉଛି ରାମ ମନ୍ଦିର । ଯଦିଓ ଏହା ଅଯୋଧ୍ୟା ପରି ବଡ ନୁହେଁ ତଥାପି ସେଠାକାର ଅଳ୍ପସଂଖ୍ୟକ ହିନ୍ଦୁ ମାନଙ୍କ ପାଇଁ ନିର୍ମାଣ ହେଉଛି ରାମ ମନ୍ଦିର । ପାକିସ୍ତାନ ଡେରା ରହିମ ଖାନ ନିବାସୀ ରାମ ଜୟପାଲ ତାଙ୍କ ୟୁଟ୍ୟୁବ ମାଧ୍ୟମରେ ଏହା ବିଷୟରେ ସୂଚନା ଦେଇଛନ୍ତି । ଜୟପାଲଙ୍କ ସୂଚନାନୁସାରେ ସିନ୍ଧ ପ୍ରଦେଶରେ ଇସଲାମକୋଟ୍ ରେ ପ୍ରାୟଦୁଇଶହ ବର୍ଷର ପୁରୁଣା ମନ୍ଦିର ରହିଛି । ସ୍ଥାନୀୟ ଅଞ୍ଚଳରେ ରହୁଥିବା ହିନ୍ଦୁମାନେ ସେଠାରେ ଯାଇ ପୂଜାର୍ଚ୍ଚନା କରିଥାନ୍ତି । ସ୍ଥାନୀୟ ଲୋକଙ୍କ ଅନୁସାରେ ତାହା ହେଉଛି ଏକମାତ୍ର ହିନ୍ଦୁ ମନ୍ଦିର ଯେଉଁଠି ପୂଜା କରାଯାଏ ।

ଜୟପାଲ କହିଛନ୍ତି ଯେ ମନ୍ଦିର ନିର୍ମାଣରେ ନିୟୋଜିତ କାରିଗରମାନଙ୍କ ବ୍ୟତୀତ ଶ୍ରମିକମାନେ ମଧ୍ୟ ମୁସଲମାନ । ଆସନ୍ତା ମାସ ମଧ୍ୟରେ ନୂତନ ମନ୍ଦିର କୋଠା ନିର୍ମାଣ ହେବ ବୋଲି ସେମାନେ ଆଶା କରୁଛନ୍ତି । ଏହା ରେ ମୂର୍ତ୍ତି ଗୁଡ଼ିକୁ ପୁରାତନ ମନ୍ଦିରରେ ରଖାଯିବ । ପୂର୍ଣ୍ଣ ରୀତିନୀତି ସହିତ ନିମାଣ ହୋଇଥିବା ମନ୍ଦିରରେ ସ୍ଥାନ କରାଯିବ । ଭଗବାନ ରାମ, ସୀତା ଏବଂ ଲକ୍ଷ୍ମଣଙ୍କ ମୂର୍ତ୍ତିର୍ି ବ୍ୟତୀତ ଏହି ମନ୍ଦିରରେ ଭଗବାନ ଶିବଙ୍କ ପ୍ରତିମା ମଧ୍ୟ ସ୍ଥାନ କରାଯାଇଛି । ଏହି ମନ୍ଦିର ନିର୍ମାଣ କରୁଥିବା ବାବର କହିଛନ୍ତି ଯେ ସେ ପୂର୍ବରୁ ନେନୁରାମ ଆଶ୍ରମ ନିର୍ମାଣ କରସାରିିଛନ୍ତି । ଏହି ଆଶ୍ରମ ପ୍ରାୟ ୧୦ ଏକର ଜମିରେ ରହିଛି, ଏହାର ଏକ ମନ୍ଦିର ଏବଂ ଏକ ବଡ଼ ବିଶ୍ରାମ ସ୍ଥାନ ମଧ୍ୟ ଅଛି । ପାକିସ୍ତାନରେ ସ୍ୱାଧୀନତା ପୂର୍ବରୁ ଅନେକ ମନ୍ଦିର ନିର୍ମାଣ କରାଯାଇଛି । ତେବେ ରକ୍ଷଣାବେକ୍ଷଣ ଅଭାବରୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଏବେ ଖରା ରହିଛି ।

Advertisement

Leave a Reply

Your email address will not be published. Required fields are marked *