Pratidin TV

Odisha's Digital News Platform

ଭର୍ତ୍ତୃହରିଙ୍କୁ କାମଚଳା ବାଚସ୍ପତିନେଇ କଂଗ୍ରେସର ବିରୋଧ, ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ଯା କରିବା ଲାଗି ଏହା ଏକ ପଦକ୍ଷେପ

1 min read

କଟକ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବରେ ନିଯୁକ୍ତି ନକରଯାଇଛି | କିନ୍ତୁ ଏଥିରେ ବିରୋଧ କରିଛି କଂଗ୍ରେସ | ଦଳ କହିଛି ସଂସଦରେ ସବୁଠାରୁ ବରିଷ୍ଠ ସାଂସଦ ଥିଲେ କେ. ସୁରେଶ । ତାଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯିବାର ଥିଲା । ମାତ୍ର ଏହା କରାଗଲା ନାହିଁ। ସଂସଦୀୟ ବ୍ଯାପାର ମନ୍ତ୍ରୀଙ୍କ ଏହା ତ୍ରୁଟି । ଏହାକୁ ନେଇ ପ୍ରତିବାଦର ସ୍ବର ଉଠିବାରେ ଲାଗିଛି । କଂଗ୍ରେସ ଏହାକୁ ସମ୍ୱଲଚାନା କରିବାରେ ଲାଗିଛି |

ସୂଚନା ଅନୁଯାୟୀ, କେରଳର ମାଭଲିକେରା ଲୋକସଭା ଆସନରୁ ଜିତିଥିବା କୋଡିକୁନେଲି ସୁରେଶ ବର୍ତମାନ ସବୁଠୁ ଅଧିକ ସମୟ ଅର୍ଥାତ ୨୯ବର୍ଷ ଧରି ସାଂସଦ ଅଛନ୍ତି । ସୁରେଶ ମାଭଲିକେରା ଓ ଅଦୁର ଆସନରୁ ୪ଥର ଲେଖାଏଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ବରିଷ୍ଠତା ଦୃଷ୍ଟିରୁ କାମଚଳା ବାଚସ୍ପତି କରାଯିବା ପରମ୍ପରା ମୁତାବକ କଂଗ୍ରେସ ସାଂସଦ ସୁରେଶଙ୍କୁ ଏହି ପଦ ମିଳିବା କଥା । ମାତ୍ର ସଂସଦୀୟ ପରମ୍ପରାକୁ କୌଣସି ଗୁରୁତ୍ବ ନଦେଇ ବିଜେପି ତାର ଦଳୀୟ ସାଂସଦ ଭର୍ତୁହରି ମହତାବଙ୍କୁ ଏହି ପଦ ଦେଇଛି ବୋଲି କଂଗ୍ରେସ ପ୍ରତିକ୍ରିୟା ରଖିଛି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ଯା କରିବା ଲାଗି ଏହା ଏକ ପଦକ୍ଷେପ |

ଅନ୍ୟପଟେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମଲଭିଆ ଟ୍ୱିଟ କରି କହିଛନ୍ତି, ‘ତୁମେ ଶାନ୍ତ ରୁହ | ବର୍ତ୍ତମାନ କ୍ରମାଗତ ତୃତୀୟ ଥର ପରାଜୟ ବିଷୟରେ ଚିନ୍ତା କର |

ଲୋକସଭାର କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରିଙ୍କୁ ନିଯୁକ୍ତି ଦିଆଯାଇଛି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ ଶପଥ ପାଠ କରାଇବେ । ସମ୍ବିଧାନର ଧାରା ୯୫ (୧) ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପ୍ରୋ-ଟେମ ସ୍ପିକର ଭାବେ ନିଯୁକ୍ତି ଦେଇଥିଲେ । ବିଧିବଦ୍ଧ ବାଚସ୍ପତି ନିର୍ବାଚନ ଯାଏଁ ସେ ସାମ୍ବିଧାନିକ ଦାୟିତ୍ବ ତୁଲାଇବେ ।

Leave a Reply

Your email address will not be published. Required fields are marked *