Pratidin TV

Odisha's Digital News Platform

ଏତେ ସମ୍ପତ୍ତିର ମାଲିକ ଜମ୍ମୁ-କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା 

1 min read

ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ଏବଂ କଂଗ୍ରେସରେ ମିଳିତ ମଞ୍ଚ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିଛି | ଏହାସହ ଓମାର ଅବଦୁଲ୍ଲା ୯ ବର୍ଷ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ଓମାର ଅବଦୁଲ୍ଲା ୨00୯ ରୁ ୨0୧୫ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ | ସେ ପୁଣିଥରେ ଆଜି ଶପଥ ନେଇଛନ୍ତି | ତେବେ ସେ ନିର୍ବାଚନ ସମୟରେ ସେ ୨ ନିର୍ବାଚନ ମଣ୍ଡଳୀ ଗନ୍ଦରବଲ ଏବଂ ବଡ଼ଗ୍ରାମରୁ ପ୍ରତିଦ୍ବନ୍ଦିତା କରିଥିଲେ ଏବଂ ଉଭୟ ଆସନରେ ବିପୁଳ ପରିମାଣରେ ଭୋଟ ହାସଲ କରି ବିଜୟ ହୋଇଛନ୍ତି | ଓମାର ଅବଦୁଲ୍ଲା ୧0 ହଜାରରୁ ଅଧିକ ଭୋଟରେ ଉଭୟ ଆସନରୁ ବିଜୟ ଲାଭ କରିଥିଲେ | ଜାମ୍ମୁ କାଶ୍ମୀର ରାଜନୀତିରେ ୫୪ ବର୍ଷୀୟ ଓମାର ଅବଦୁଲ୍ଲାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବରେ ବିବେଚନା କରାଯାଇ |

ତେବେ ତାଙ୍କ ରାଜନୀତିକ ସ୍ଥିତି ଓ ଗୁରୁତ୍ୱପୂର୍ଣ୍ଣ ସତ୍ତ୍ୱେ କାଶ୍ମୀରର ଅନ୍ୟ ରାଜନୀତି ନେତାଙ୍କ ତୁଳନାରେ ଓମାର ଅବଦୁଲ୍ଲାଙ୍କ ସମ୍ପତ୍ତି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ | ନିଜ ସମ୍ପତ୍ତିକୁ ନେଇ ସେ ନିଜେ ସୂଚନା ଜାରି କରିଛନ୍ତି | ନିର୍ବାଚନ ସମୟରେ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଅଫେଡ଼େଫିଟ ଅନୁଯାୟୀ ତାଙ୍କର କୌଣସି ସମ୍ପତ୍ତି କି କାର ନାହିଁ | ତାଙ୍କ ମୁଖ୍ୟ ଆୟାର ଉତ୍ସ ହେଉଛି ବିଧାୟକ ତଥା ସାଂସଦ ଭାବରେ ତାଙ୍କ ଭୂମିକା ପାଇଁ ସେ ପାଇଥିବା ପେନସନ | ଓମାର ଅବଦୁଲ୍ଲାଙ୍କ ଅଫେଡ଼େଫିଟରେ ଦର୍ଶାଯାଇଛି ଯେ ତାଙ୍କର ମୋଟ ସମ୍ପତ୍ତି ୫୪.୪୫ ଲକ୍ଷ ଟଙ୍କା ରହିଛି | ସେଥିମଧ୍ୟରୁ ୯୫ ହଜାର ତାଙ୍କ ନଗଦ ଅଟେ | ତାଙ୍କର ଅବଶିଷ୍ଟ ସମ୍ପତ୍ତି ବ୍ୟାଙ୍କରେ ସ୍ଥିର ଜମା ଆକାରରେ ରହିଛି | ତାଙ୍କ ପାଖରେ ୩0 ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ମଧ୍ୟ ରହିଛି |

Advertisement

Leave a Reply

Your email address will not be published. Required fields are marked *