Pratidin TV

Odisha's Digital News Platform

ପେପର ବ୍ୟାଗ ଦେଲା ନୂଆ ପରିଚୟ , ନିଜ ଗୋଡରେ ଠିଆ ହୋଇ ଅନ୍ୟକୁ ଦେଉଛନ୍ତି ରୋଜଗାର ।

1 min read

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ପଂଚାୟତ ମୁଦୁଗଲ ଗାଁର ମା ଶାରଳା ଏସଏଚଜି ସଦସ୍ୟାଙ୍କ ନିଆରା ଉଦ୍ୟମ। ପଲିଥିନି ବନ୍ଦ ପରେ ଏହା ବିକଳ୍ପ ବାହାର କରିଛନ୍ତି ମହିଳା। ପେପର ବ୍ୟାଗ ତିଆରି କରି ରୋଜଗାର କରୁଛନ୍ତି ମା ଶାରଳା ଏସଏଚଜି ମହିଳା। ୨୦୦୧ମସିହାରୁ ମହିଳା ମାନେ ଏକତ୍ରିତ ହୋଇ ନିଜେ ରୋଜଗାରକ୍ଷମ ହେବାପାଇଁ ଋଣ ଆଣି ପେପର ବ୍ୟାଗ କାର୍ଯ୍ୟ ଆରମ୍ଭ କଲେ, କ୍ରମେ ଏହାକୁ ଅଧିକ ରୁ ଅଧିକ ତ୍ୱରାନ୍ୱିତ କରିବାକୁ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି।

ପେପର କଞ୍ଚାମାଲ ଆଣି ଅଠା ଲଗାଇ ଛୋଟ ବଡ଼ ସାଇଜି ବ୍ୟାଗ ତିଆରି କରି ଆତ୍ମନିର୍ଭର ହୋଇପାରିଛନ୍ତି ମହିଳା। ପରିବେଶ ପ୍ରଦୂଷଣ ରୋକିବା ତଥା ପରିବାର ପ୍ରତିପୋଷଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଟି ମାଧ୍ୟମରେ ନିଆରା ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା।ପେପର କିଲୋଗ୍ରାମ ହିସାବରେ କିଣି ସେଥିରେ ପେପର ବ୍ୟାଗ ପ୍ରସ୍ତୁତ କରନ୍ତି ମହିଳା ମାନେ। ଏକ କିଲୋଗ୍ରାମ ପେପରେ ୧୦୦ରୁ ୧୫୦ଟି ବ୍ୟାଗ ତିଆରି ହୁଏ। ବ୍ୟବସାୟୀଙ୍କ ଆବଶ୍ୟକ ଅନୁଯାଇ ଛୋଟ ବଡ଼ ବ୍ୟାଗ ତିଆରି କରାଯାଏ।

Advertisement

ପଲିଥିନି ବ୍ୟାନ ପରେ ପେପେର ବ୍ୟାଗର ଚାହିଦା ବଢିଥିବା ଦେଖିବାକୁ ମିଳିଛି। ଆଗକୁ ମହିଳାଙ୍କୁ ଅଧିକ ପ୍ରୋତ୍ସାହନ ଯୋଗାଇଲେ ଆଉ କିଛି ନୂଆ କରିବାର ଆଶା ରଖିଛନ୍ତି ଏସଏଚଜି ସଦସ୍ୟା। ଘର କାମ ସାରି ବଳକା ସମୟରେ ଏକାଠି ହୋଇ ପେପର ବ୍ୟାଗ ତିଆରି କରନ୍ତି ମହିଳାମାନେ। ଏହି ବ୍ୟାଗକୁ ଭୁବନେଶ୍ୱର, କଟକ ଓ ପୁରୀ ରୁ ବିଭିନ୍ନ ବ୍ୟବସାୟୀ ମାନେ ଆସି ମହିଳାଙ୍କ ଠାରୁ କିଣିନେଇଥାନ୍ତି। ଅନ୍ୟ ପଟେ ମୁଦୁଗଲ ଗ୍ରାମର ମା ଭଗବତୀ ଏସଏଚଜି ମହିଳା ମାନେ ୨୦୧୧ମସିହାରୁ ପେପର ପ୍ଲେଟ ତିଆରି କରି ବିକ୍ରିକରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି।ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ପ୍ରତିପୋଷଣ ପାଇଁ ସାମର୍ଥ୍ୟ ହୋଇଛନ୍ତି। ଏ ସମ୍ପର୍କରେ ଅସ୍ତରଙ୍ଗ ବ୍ଲକ ମହିଳା ଶିଶୁବିକାଶ ଅଧିକାରିଣୀ ଅରୁଣା କର ଓ ବ୍ଲକ ମିଶନଶକ୍ତି ସଂଯୋଜିକା ନିବେଦିତା ଦୀକ୍ଷିତଙ୍କ କହିବା ଅନୁଯାଇ ମହିଳା ମାନଙ୍କୁ ଏସଏଚଜି ରୁ ଏସଏମଇ କରିବାକୁ ମିଶନଶକ୍ତି ମାଧ୍ୟ୍ୟମରେ ଋଣପ୍ରଦାନ କରାଯାଉଛି। ଯାହା ଫଳରେ ମହିଳା ଆତ୍ମନିର୍ଭରଶୀଳ ହେଉଛନ୍ତି। ସେଥି ପାଇଁ ମ୍ୟାନବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ସହ କୃତଜ୍ଞତା ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *