Pratidin TV

Odisha's Digital News Platform

ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଆଜି ବସିବ ବିଜେଡିର ସଂସଦୀୟ ଦଳ ବୈଠକ

1 min read

ଆଜି ରାଜ୍ୟସଭାର ସାଂସଦ ମାନଙ୍କୁ ଗୁରୁମନ୍ତ୍ର ଦେବେ ବିରୋଧୀ ନେତା ନବୀନ ପଟ୍ଟନାୟକ | ଦଳର ସୁପ୍ରିମୋ କେଉଁ ଦିଶା ନିର୍ଦ୍ଦେଶ ଦେଉଛନ୍ତି ତାକୁ ରହିଛି ଅପେକ୍ଷା | ତେବେ ଆଜି ବସୁଛି ବିଜେଡି ସଂସଦୀୟ ଦଳର ବୈଠକ | ଲୋକସଭାରେ ଜଣେ ମଧ୍ୟ ବିଜେଡି ସାଂସଦ ନଥିବା ବେଳେ ଏବେ ରାଜ୍ୟସଭାରେ ୯ ଜଣ ବିଜେଡି ସାଂସଦ ରହିଛନ୍ତି | ତେଣୁ ରାଜ୍ୟସଭା ସାଂସଦଙ୍କ ଉପରେ ଗୁରୁଦାୟିତ୍ୱ ଦେଇଛନ୍ତି ନବୀନ |

ଆସନ୍ତା ସୋମବାର ଆରମ୍ଭ ହେଉଛି ସାଂସଦ ଅଧିବେଶନ | ଉପସ୍ଥାପନ ହେବ ବଜେଟ | ତେଣୁ ବିଜେଡିର ରଣନୀତି ସ୍ଥିର କରିବାକୁ ବିଜେଡି ସୁପ୍ରିମୋ ବୈଠକ ଡ଼କାଇଛନ୍ତି | ଠିକ ଏହିପରି ଭାବରେ ଗତ ୨୪ ତାରିଖରେ ମଧ୍ୟ ବୈଠକ ସଂସଦୀୟ ବୈଠକ ବସିଥିଲା | ରାଜ୍ୟସଭାରେ କିପରି ବିଜେଡି କିପରି ବିରୋଧୀ ଦଳର ଭୂମିକା ସଠିକ ଭାବରେ ତୁଲାଇବ ସାଂସଦ ମାନେ କିପରି ଶାଣିତ ଭାବରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ତାହା ଉପରେ ପରାମର୍ଶ ଦେଇଥିଲେ ନବୀନ | କାରଣ ଲୋକସଭାରେ ଜଣେ ମଧ୍ୟ ବିଜେଡି ସାଂସଦ ନଥିବା ବେଳେ ଏବେ ନବୀନଙ୍କ ଫୋକସରେ ରହିଛି ରାଜ୍ୟସଭାର ୯ ସାଂସଦଙ୍କ ଉପରେ |

Advertisement

୨0୧୯ ପର୍ଯ୍ୟନ୍ତ କେନ୍ଦ୍ର ବିରୋଧୀ ରଣନୀତି କରି ବହୁ ସଫଳତା ପାଇଥିଲା ବିଜେଡି | ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ମହିଳା ସଂରକ୍ଷଣ, ମହାନଦୀ ରେଳ ପାଇଁ , ଟେଲିକମ କ୍ଷେତ୍ରରେ ଅବହେଳା ପ୍ରସଙ୍ଗ ଉଠାଇ ଏକ ସଫଳ ଆଞ୍ଚଳିକ ଦଳ ଭାବେ ପତିଆରା ଜାହିର କରିଥିଲା | କିନ୍ତୁ ୨0୧୯ ପରା ଠାରୁ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିଲେ |

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ୨୪ ନିର୍ବାଚନରେ ଏହା ବିଜେଡି ପାଇଁ ଘାଟା ହୋଇଥିଲା | ତେବେ ପୁଣି କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ ଜୋରଦାର କରିବା ପାଇଁ ବିଜୁ ଜନତା ଦଳ ପୂର୍ବ ରଣନୀତି ଆପଣାଇବା ଚର୍ଚ୍ଚା ହେଉଛି |

Leave a Reply

Your email address will not be published. Required fields are marked *