Pratidin TV

Odisha's Digital News Platform

ଜଗନ୍ନାଥ ଏକ୍ସପ୍ରେସକୁ ଧକ୍କାଦେଇ ୨୦ ଫୁଟ୍ ତଳକୁ ଖସିଲା ଯାତ୍ରୀବାହି ବସ୍ , ୨୦ ଆହତ ୧୪ ଗୁରୁତର …

1 min read

ମୋହନା ; ଗଜପତି ଜିଲ୍ଲା ମୋହନା ଥାନା ଲିଲିଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଭୟଙ୍କର ସିରିଜ ଦୁର୍ଘଟଣା । ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକା ଦେଇ ରାସ୍ତାରେ ୨୦ ଫୁଟ ତଳକୁ ଓଲଟି ପଡିଛି ଏକ ଯାତ୍ରୀବାହି ବସ । ଫଳରେ ଉଭୟ ବସ ରେ ଥିବା ଯାତ୍ରୀ ଙ୍କ ମଧ୍ୟରୁ ପ୍ରାୟ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ଥିବାବେଳେ ୪ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ଙ୍କୁ ଉଦ୍ଧାର କରି ପ୍ରଥମେ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ମାଲକାନଗିରି ଅଂଚଳର ବୋଲି ଜଣାପଡିଛି ।

Advertisement

ତେବେ ଗତକାଲି ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭୁବନେଶ୍ୱର ରୁ ମାଲକାନଗିରି ଯାଉଥିଲା । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଲିଲିଗଡ଼ କେନ୍ଦୁଘାତିରେ ରାସ୍ତା କଡ଼କୁ ଖସିପଡ଼ିଥିଲା । ରାସ୍ତା କଡ଼କୁ ବସ ଟି ଥିବାବେଳେ ଆଗରେ ଏକ ପିକ ଅପ ଭ୍ୟାନ ଥିଲା । ଏହି ସମୟରେ ଭୁବନେଶ୍ୱର ରୁ ମାଲକାନଗିରି ଯାଉଥିବା ମହା କାଳେଶ୍ୱର ନାମକ ଆଉ ଏକ ଯାତ୍ରୀବାହି ବସ ବସ ଓ ପିକ ଅପ କୁ ପଛପଟୁ ଧକା ଦେଇ ରାସ୍ତାର ୨୦ ଫୁଟ ତଳକୁ ଖସି ଓଲଟି ପଡିଛି । ମୋହନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *