Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ପାଥୋଲ୍ୟାବରେ ପଶିଲା ଯାତ୍ରିବାହୀ ବସ , ୧୦ ରୁ ଉର୍ଦ୍ଧ୍ବ ଆହାତ….

1 min read

ପାଥୋଲ୍ୟାବ ଭିତରେ ପଶିଗଲା ଯାତ୍ରିବାହୀ ବସ୍ । କରଞ୍ଜିଆ ଥାନା କାଦଡିହା ଭାଟିସାହି ଛକ ନିକଟରେ ଆଜି ପୂର୍ବାହ୍ନରେ କୁଳିଅଣମ ରୁ କରଞ୍ଜିଆ ଅଭିମୁଖେ ଆସୁଥିବା ନୀଳମାଧବ ନାମକ ଏକ ଯାତ୍ରୀବାହୀ ବସ୍ (ନମ୍ୱର ଓଆର- ୨୨ଇ- ୨୨୨୩ ) କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଛକରେ ଥିବା ସୁଚାରୁ ମହାନ୍ତଙ୍କ ପାଥୋଲାବ କାନ୍ଥ ଭାଙ୍ଗି ପଶିଯାଇଥିଲା। ସ୍ଵଭାଗ୍ୟ ବସତଃ ସେହି ସମୟରେ ଜଣେ ରୋଗୀକୁ ଇଞ୍ଜେକସନ ଦେବାକୁ ସେ ଲ୍ୟାବ ଛାଡ଼ି ଯାଇଥିଲେ। ତେବେ ଏହି ଦୁର୍ଘଟଣାରେ ବସ୍ ରେ ଥିବା ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ହୋଇଥିଲେ ।

also read-ନୂଆ ବର୍ଷରେ ସରକାରଙ୍କ ବଡ ଉପହାର, ଆଜିଠାରୁ ୪୫୦ ଟଙ୍କା ଉପଲବ୍ଧ ହେବ ଗ୍ୟାସ ସିଲିଣ୍ଡର

Advertisement

ନିକଟସ୍ଥ ଲୋକମାନେ ଦୁର୍ଘଟଣା ବିଷୟରେ କରଞ୍ଜିଆ ପୋଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।ଖବର ପାଇ ଲୋକମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିଲେ। କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖି ଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *