Pratidin TV

Odisha's Digital News Platform

ଏସ ସି ବି ରେ ଚିକିତ୍ସା ଅବହେଳା ; ଅଲଟ୍ରାସାଉଣ୍ଡ ପାଇଁ ୨ ମାସ ହେବ ଲାଇନ୍ ଲଗାଇଛନ୍ତି ରୋଗୀ ।

କଟକ : ସାଧାରଣ ଜନତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମିତିକି ଏସସିବି କୁ ବିଶ୍ଵ ସ୍ତରୀୟ ତଥା ଏମ୍ସ ପ୍ଲସ୍ କରିବା ପାଇଁ ଯୋଜନା ଚାଲିଛି । କିନ୍ତୁ ସ୍ବାସ୍ଥ୍ୟ ସେବାର ନଗ୍ନ ରୂପ ଦେଖିବାକୁ ମିଳିଛି ଏସ ସି ବି ରେ । ଯେଉଁଠାରେ ଜଣେ ରୋଗୀ ନିଜର ଚିକିତ୍ସା ବା ପରୀକ୍ଷା ପାଇଁ ଦୁଇ ମାସ ହେଲା ଏ ବିଭାଗ ରୁ ସେ ବିଭାଗ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଶେଷରେ ନିରୁପାୟ ହୋଇ ଏସ ସି ବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହତାଶା, ନିରାଶା ହେବା ସହ ଅସୁସ୍ଥ ହୋଇପଡ଼ିଛନ୍ତି । ଫଳରେ ରୋଗୀଟିଏ ନିଜର ରୋଗ ଭଲ ହେବା ପରିବର୍ତ୍ତେ ମାନସିକ ଓ ଶାରିରୀକ ନିର୍ଯାତନା ଯୋଗୁଁ ଅସୁସ୍ଥ ହୋଇପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ପୀଡ଼ିତ ବ୍ୟକ୍ତି ଜଣକ କଟକ ଜିଲ୍ଲା ନିଆଳି ଖରିଗାର ଅଞ୍ଚଳର ମନୋଜ୍ ପାଲୁରୁ । ବୟସ ୪୫ । କିଡ଼ିନି ଜନିତ ସମସ୍ୟା ନେଇ ଗତ ଦୁଇମାସ ତଳେ ଏସ ସି ବି ବଡ଼ ଡ଼ାକ୍ତରଖାନାକୁ ଆସିଥିଲେ ମନୋଜ୍ । ବିଭିନ୍ନ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ କରିବା ପାଇଁ ଦୁଇ ମାସ ତଳୁ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟାନ୍ତ ତାହା ହୋଇପାରିଲା ନାହିଁ । ଶେଷରେ ଦୁଇ ମାସ ପରେ ମନୋଜ୍ ଏସସିବି ରେ ଅଲଟ୍ରାସାଉଣ୍ଡ କରିବା ପାଇଁ କତୃପକ୍ଷଙ୍କୁ ନିବେଦନ କରିଥିଲେ । ମାତ୍ର ମନୋଜ୍ ଙ୍କ କହିବା ମୁତାବକ ତାଙ୍କୁ ଏ ବିଭାଗରୁ ସେ ବିଭାଗ ଦୌଡ଼ାଇ ମାନସିକ ନିର୍ଯାତନା ଦିଆଯାଇଥିଲା ଓ ଶେଷରେ ସିକ୍ୟୁରିଟି ଗାର୍ଡ ତାଙ୍କ ହାତ ଟାଣି ବାହାରକୁ ବାହାର କରିଦେଇଛନ୍ତି ।

ଅନ୍ୟପଟେ ମନୋଜ୍ ନିରୁପାୟ ହୋଇ ଏସସିବି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହତାଶା, ନିରାଶା ହେବା ସହ ଅସୁସ୍ଥ ହେବାବେଳେ ଏସ ସି ବି କୂଳସଚିବ ଅବିନାଶ ରାଉତ୍ ସେଠାର ପହଞ୍ଚିଥିଲେ । ଏବଂ ରୋଗୀର ଚିକିତ୍ସା କରାଇବା ପାଇଁ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *