Pratidin TV

Odisha's Digital News Platform

ବିରୋଧିଙ୍କ ମୁହଁରେ ତାଲା ଝୁଲାଇଦେଲେ ଉପାସନା , ବ୍ରହ୍ମଗିରିବାସୀ କଲେ ଜୋରଦାର ସ୍ୱାଗତ ।

ବ୍ରହ୍ମଗିରି ; ନିର୍ବାଚନ ଫଳାଫଳ ଆସିବା ପରେ ରାଜ୍ୟରେ ବଦଳିଛି ରାଜନୈତିକ ପାଣିପାଗ । ବିଜେଡି ଗଡକୁ ଭାଙ୍ଗି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଅନେକ ଯୁବ ନେତା ମୈଦାନକୁ ଓହ୍ଲାଇଥିଲେ । ସେମାନଙ୍କ ମଧ୍ୟରେ କିଛି ଜଣ ବିଧାୟକ ହୋଇ ପ୍ରଥମ ଥର ବିଧାନସଭାକୁ ଯିବାକୁ ନିର୍ବାଚିତ ହୋଇଛନ୍ତି । ବିଧାନସଭାରେ ଯୁବ ବିଧାୟକ ଭାବେ ପାଦ ଥାପିବାକୁ ଅପେକ୍ଷା କରିଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ପ୍ରଥମଥର ସର୍ବ କନିଷ୍ଠ ଭାବରେ ବିଧାନସଭା କୁ ନିର୍ବାଚିତ ହୋଇଛନ୍ତି ଉପାସନା ମହାପାତ୍ର ।

ବ୍ରହ୍ମଗିରି ଟାଣୁଆଁ ନେତା ସ୍ବର୍ଗତ ଲୁଲୁ ମାହାପାତ୍ରଙ୍କ ଝିଅ ହେଉଛନ୍ତି ଉପାସନା । ବାପାଙ୍କ ବିୟୋଗ ପରେ ସେ ରାଜନୀତିରେ ପାଦ ଦେଇଥିଲେ । ଚଳିତ ନିର୍ବାଚନରେ ବିଜେପି ଟିକେଟ୍‌ରେ ବ୍ରହ୍ମଗିରି ଆସନରୁ ଲଢି ବିଜୟୀ ହୋଇଛନ୍ତି । ଚଳିତ ନିର୍ବାଚନରେ ତାଙ୍କୁ ୯୫,୭୮୩ ଭୋଟ ମିଳିଥିଲା । ଏହି ପରିପ୍ରେକ୍ଷୀରେ ସେ ଆଜି ବ୍ରହ୍ମଗିରି ଗସ୍ତକରି ନିଜର ଏ ବିଜୟର ଶ୍ରେୟ ଦଳମତ ନିର୍ବିଶେଷରେ ସମାସ୍ତ ଜନ ସାଧାରଣଙ୍କୁ ଦେବାସହ ବ୍ରହ୍ମଗିରିର କିପରି ବିକାସହେବ ଓ ନିର୍ବାଚନରେ ସମୟରେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଯୁଦ୍ଧକାଳୀନ ଭିତ୍ତିରେ ପୁରଣ କରିବେ ତାହା ମଧ୍ୟ କହିଥିଲେ।

ଉପାସନାଙ୍କୁ ପୁରୀ ଠାରୁ ସ୍ଵଗତକରି ଗୋରୁଆଳ,ରେବଣା ଓ ବ୍ରହ୍ମଗିରି ବାଜରଦେଇ ତାଙ୍କର ନିଜସ୍ୱ ବାସଭବନ ଗଡରୋଡଙ୍ଗ ନିଆଯାଇଥିଲା । ସେଠାରେ ପହଁଚି ପାଇକ ବୀର ବକ୍ସି ଜଗବନ୍ଧୁ ଙ୍କ ପ୍ରତିମୃର୍ତି ଏବଂ ତାଙ୍କର ପିତା ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ପ୍ରତିମୃର୍ତି ରେ ମାଲ୍ୟାପଣ କରିଥିଲେ କ୍ଷ ଉପାସନା ବିଧାୟିକା ଭାବରେ ନିର୍ବାଚିତ ହୋଇ ଆଜି ପ୍ରଥମ କରି ନିଜ ନିର୍ବାଚନ ମଣ୍ଡଳୀକୁ ଆସୁଥିବାରୁ ଦଳୀୟ ସମର୍ଥକ ମାନେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ସହିତ ପରସ୍ପର ମଧରେ ମିଠା ବାଣ୍ଟି ଖୁସିମନାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *