Pratidin TV

Odisha's Digital News Platform

ଘୋଷଣା କଲା ପୋଲିସ , ପିହୁ ଅପହରଣକାରୀକୁ ଧରାଇଲେ ମିଳିବ ୧୦ ହଜାର ପୁରସ୍କାର ରାଶୀ….

ଦେବଗଡ ; ସାମ୍ନାକୁ ଆସିଲା ପିହୁ ଅପହରଣକାରୀଙ୍କ ସିସିଟିଭି ଫୁଟେଜ । ହୋଟେଲ କ୍ୟାମେରାରେ କଏଦ ହେଲା ୨ଜଣଙ୍କ ଭିଡିଓ, ଏକ ହୋଟେଲରେ ରହିବାକୁ କଥା ହେଉଥିଲା ୨ ସନ୍ଦିଗ୍ଧ ଅପହରଣକାରୀ । କିନ୍ତୁ ହୋଟେଲରେ ନିଜର ସଠିକ୍ ଆଉ ସ୍ଥାୟୀ ପରିଚୟ ଦେଇ ନପାରିବାରୁ ସେଠାରୁ ନିରାଶ ହୋଇ କାରରେ ପଳେଇ ଯାଇଥିଲେ । ଦେବଗଡରୁ ପିହୁ କିଡନାପ୍ ହେବାର ଦିନକ ପରେ ସୁନ୍ଦରଗଡ଼ ବଡଗାଁରୁ ଉଦ୍ଧାର ହୋଇଥିଲା । ତେବେ ସମୃକ୍ତ ଘଟଣାରେ ପୋଲିସ ତଦନ୍ତ ଚଳାଇଥିବା ବେଳେ ୨ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ । ପିହୁ ଅପହରଣ ହେବା ଦିନ ନିକଟସ୍ଥ ହୋଟେଲରେ ରୁମ ନେବାକୁ ଯାଇଥିବା ୨ ବ୍ୟକ୍ତିଙ୍କୁ ଖୋଜୁଛି ପୋଲିସ । କାରଣ ସେହି ୨ ବ୍ୟକ୍ତି ହୋଟେଲରେ ନିଜର ପରିଚୟ ନଦେଇପାରିବାରୁ ରୁମ ନେଇପାରିନଥିଲେ । ଏନେଇ ପୋଲିସ ପକ୍ଷରୁ ୨ଅଭିଯୁକ୍ତଙ୍କୁ ଧରାଇଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରାଯାଇଛି ।

ଗତ ଦୁଇଦିନ ତଳେ ଦେବଗଡ଼ ସହର ମଧ୍ୟରୁ ୬ବର୍ଷର ଶିଶୁ କନ୍ୟାଟିକୁ ଟିଉସନରୁ ଫେରୁଥିବା ସମୟରେ ଜେଜେମା କୋଳରୁ ଛଡାଇ ଅପହରଣ କରିନେଇଥିଲେ ୨ଜଣ ଦୁର୍ବୃତ୍ତ । ଏହାପରେ ପିହୁକୁ ୧୦ ଘଣ୍ଟା ପରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ସରବତୀ ଦେବୀ ଉଚ୍ଚବିଦ୍ୟାଳୟ ସମ୍ମୁଖ ରାସ୍ତାର ପୋଲ ତଳୁ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ପିହୁଙ୍କ ବାପା ଜଣେ କପଡା ବ୍ୟବସାୟୀ । ପୌରାଂଚଳ ମାର୍କେଟ୍ ଛକରେ ଥିବା ଭାଇ ଭାଇ ଦୋକାନ ର ମାଲିକ ହେଉଛନ୍ତି ପିହୁଙ୍କ ବାପା ।

ପୋଲିସ ସମୃକ୍ତ ମାମଲାର ତଦନ୍ତ ଚଳାଇଥିବାବେଳେ ୨ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜୁଛି । କିନ୍ତୁ ପିହୁକୁ ଟଙ୍କା ପାଇଁ କି ଅନ୍ୟ କୌଣସି କାରଣ ପାଇଁ କିଡନାପ୍ କରାଯାଇଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

Leave a Reply

Your email address will not be published. Required fields are marked *