Pratidin TV

Odisha's Digital News Platform

ନକଲି ଶିକ୍ଷକ କୁ ଗିରଫ୍ କଲା ପୋଲିସ , ଡ୍ୟୁପ୍ଲିକେଟ୍ ସାର୍ଟିଫିକେଟ୍ ଦେଇ କରିଥିଲେ ଚାକିରୀ ।

ବଲାଙ୍ଗୀର ; ବନ୍ଧା ହେଲେ ନକଲି ସାର୍ । ନକଲି ମାର୍କସିଟ୍ ଦେଇ ଚାକିରି କରୁଥିବା ଶିକ୍ଷକ ଗିରଫ୍ ହୋଇଥିବା ବେଳେ ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁସାରେ ବଲାଙ୍ଗୀର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧୀନସ୍ଥ କର୍ଲାପିଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟାରତ କମଳଲୋଚନ ପଟେଲ ବୟସ ୫୮ ନକଲି ପ୍ଲସ୍ ଟୁ ମାର୍କସିଟ୍ ଦେଇ ଚାକିରି କରୁଥିବା ଜଣାପଡ଼ିବା ପରେ ବଲାଙ୍ଗୀର ବିଇଓ ଗତ ୧୮ ତାରିଖ ଦିନ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ କମଳଲୋଚନଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ବଲାଙ୍ଗିର ଟାଉନ୍ ପୋଲିସ । ତେବେ ଅଭିଯୁକ୍ତ ସହକାରୀ ଶିକ୍ଷକ କମଳଲୋଚନ ଚାକିରି ପାଇଁ ଦାଖଲ୍ କରିଥିବା ନୋଏଡ଼ା ବୋର୍ଡର ଯୁକ୍ତ ୨ ମାର୍କସିଟ୍ ନକଲି ବୋଲି ଜଣାପଡ଼ିବା ପରେ ବଲାଙ୍ଗିର ଟାଉନ୍ ପୋଲିସ ତାଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ତେବେ କିଛି ମାସ ତଳେ ନକଲି ସାର୍ଟିଫିକେଟ୍ ବଳରେ ଚାକିରି କରୁଥିବା ଅଭିଯୋଗରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ୭ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୋଲିସ ୨ ଜଣଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା ।

ଅନ୍ୟ ଅଭିଯୁକ୍ତମାନେ କୋର୍ଟରୁ ଜାମିନ୍ରେ ଆସିଥିବା ଶୁଣିବାକୁ ମିଳିଥିଲା । ଏବେ ପୁଣି ଜଣେ ଶିକ୍ଷକ ନକଲି ସାର୍ଟିଫିକେଟ ବଳରେ ଚାକିରି କରୁଥିବା ଅଭିଯୋଗରେ ବନ୍ଧା ହେବା ପରେ ବଲାଙ୍ଗିର ଜିଲ୍ଲାର ଶିକ୍ଷକ ଜଗତରେ ଚହଳ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *