Pratidin TV

Odisha's Digital News Platform

ମାଛପେଟ ଚିରି ପୋଲିସ୍ ବାହାର କଲା ଧଳା ଜହର……

ଭୁବନେଶ୍ୱର : ଓଡିଶା ପାଲଟିଲାଣି ଅପରାଧୀ ମାନଙ୍କ ନୂଆ ହବ୍ । ଦୀର୍ଘ ୬ ବର୍ଷ ହେବ କଶ୍ମୀର ଆତଙ୍କୀ ଯାଜପୁର ଜିଲ୍ଲା ଧର୍ମଶାଳୀାରେ ଲୁଚି ରହିଥିବା ବେଳେ ନିକଟରେ ତାର ସନ୍ଧାନ ପାଇଛି ପୋଲିସ ।

ସେହିଭଳି ଅନ୍ୟପଟେ ଆଜି ମାଛ ଗାଡ଼ିରେ ଆସୁଥିଲା ଧଳା ଯାହର । ସୁରାଗ ମିଳିବା କ୍ଷଣି ମାଡ଼ିବସିଲା କମିଶନରେଟ ପୋଲିସ । ବାଲେଶ୍ୱରରୁ ଏକ ପିକ ଅପ ଭ୍ୟାନ ଯୋଗେ ଖୋର୍ଦ୍ଧା ଯାଉଥିଲା ଏହି ଡ୍ରଗ୍ସ ।

ସୁରାଗ ମିଳିଲା ସାଙ୍ଗେ ସାଙ୍ଗେ ଭୁବନେଶ୍ୱର ସିଆରପି ଛକ ନିକଟ ଏନ ଏଚ ୧୬ ଉପରେ ଉକ୍ତ ପିକ ଅପ ଭ୍ୟାନ ଉପରେ ଚଢ଼ାଉ କରିଥିଲେ ସ୍ପେସିଆଲ କ୍ରାଇମ ୟୁନିଟ । ୬୬୦ ଗ୍ରାମର ବ୍ରାଉନସୁଗର ଜବତ କରିଛି ପୋଲିସ ଯାହାର ବଜାର ମୂଲ୍ୟ ରହିଛି ୬୬ ଲକ୍ଷ୍ୟ ଟଙ୍କା ।

Leave a Reply

Your email address will not be published. Required fields are marked *