Pratidin TV

Odisha's Digital News Platform

ଆତଙ୍କବାଦୀଙ୍କ ବଡ ଆକ୍ରମଣକୁ ପଣ୍ଡ କଲା ପୋଲିସ, ପାର୍ବଣ ସମୟରେ ବଡ ବିସ୍ଫୋରଣ କରିବା ପାଇଁ ରଚିଥିଲେ ଷଡଯନ୍ତ୍ର

1 min read

ପଣ୍ଡ ହେଲା ବଡ ଆତଙ୍କବାଦୀ ଆକ୍ରମଣ । ଜମ୍ମୁ-କାଶ୍ମୀରର ୨ ନିବାସୀଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଏହି ଦୁଇ ସଂଦିଗ୍ଧଙ୍କ ନିକଟରୁ ଦୁଇଟି ଆଇଇଡି, ଦୁଇଟି ହାତ ଗୋଳା, ଗୋଟିଏ ପିସ୍ତଲ, ୨ଟି ମାଗାଜିନ୍‌, ୨୪ଟି କାର୍ଟ୍ରିଜ୍‌, ଗୋଟିଏ ଟାଇମର୍ ସୁଇଚ୍‌, ୮ଟି ଡିଟୋନେଟର ଏବଂ ଚାରୋଟି ବ୍ୟାଟେରୀ ଜବତ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପାର୍ବଣ ଋତୁ ଚାଲିଥିବା ବେଳେ ଏକ ବଡ ବିସ୍ଫୋରଣର ପ୍ରସ୍ତୁତି କରୁଥିଲେ ଆତଙ୍କବାଦୀ । କିନ୍ତୁ ପଞ୍ଜାବ୍ ପୋଲିସ ଏହି ଷଡଯନ୍ତ୍ରକୁ ପଣ୍ଡ କରିଛି । ପଞ୍ଜାବର ଡିଜିପିଙ୍କ କହିବା ଅନୁସାରେ, ଗୁପ୍ତ ସୂଚନା ମିଳିବା ପରେ କେନ୍ଦ୍ରୀୟା ଏଜେନ୍ସିଙ୍କ ସହ ମିଶି ଏକ ଅପରେସନ୍ କରାଯାଇଥିଲା । ଯେଉଁଥିରେ, ଦୁଇ ସଂଦିଗ୍ଧଙ୍କୁ ଗିରଫ କରାଯାଇଛି ଓ ତାଙ୍କଠୁ ମାରଣାସ୍ତ୍ର ଓ ବିସ୍ଫୋରକ ଭଳି ଜିନିଷ ଜବତ କରାଯାଇଛି । ତେବେ ୧୫ମାସ ମଧ୍ୟରେ ପଞ୍ଜାବ ପୋଲିସ ୧୯୭ ଆତଙ୍କବାଦୀ ଏବଂ କଟ୍ଟରପନ୍ଥୀଙ୍କୁ ଗିରଫ କରିସାରିଲାଣି । ଏହାସହିତ ୩୨ଟି ଆତଙ୍କବାଦୀ ଷଡଯନ୍ତ୍ରକୁ ବି ପଣ୍ଡ କରିଛି ପଞ୍ଜାବ ପୋଲିସ । କେବଳ ଏତିକି ନୁହେଁ ୧୫ମାସ ମଧ୍ୟରେ ୩୨ଟି ରାଇଫଲ, ୨୨୨ଟି ରିଭଲଭର, ୯ଟି ଟିଫିନ୍ ବୋମା ଜବତ କରିଛି ପୋଲିସ । ପଞ୍ଜାପ ଡିଜିପିଙ୍କ କହିବା ଅନୁସାରେ, ପାର୍ବଣ ଋତୁ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ । ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିଛି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ତାଉପରେ ଗୁରୁତ୍ୱ ଦିଆଯାଉଛି ।

Advertisement

Leave a Reply

Your email address will not be published. Required fields are marked *