Pratidin TV

Odisha's Digital News Platform

ଅସଂଯତ ଅବସ୍ଥାରେ ସେକ୍ସ ରାକେଟ ଉପରେ ଚଢାଉ କଲା ପୋଲିସ , ୪ ଯୁବତୀ ସହ ୪ ଯୁବକ ଗିରଫ୍

1 min read

ବଲାଙ୍ଗୀର ; ଦୀର୍ଘଦିନ ପରେ ଆକ୍ସନ ମୋଡ଼କୁ ଆସିଛି ବାଲାଙ୍ଗୀର ଟାଉନ ଥାନା ପୋଲିସ। ସହର ଭିତରେ ସେକ୍ସ ରାକେଟ ଚାଲିଥିବା ବେଳେ ଧରିଛି ଟାଉନ ଥାନା ପୋଲିସ। ତେବେ ସହରର ୨୧ ନମ୍ବର ୱାର୍ଡ଼ ଖର୍ଷେଲ ପଡାର ଏକ ଘରେ ଦୀର୍ଘ ମାସ ଧରି ଏହି ସେକ୍ସ ରାକେଟ କାରବାର ଚାଲୁଥିବା ସୂଚନା ପାଇଥିଲା ପୋଲିସ।

ଏନେଇ ଗତକାଲି ରାତି ଏସ ଡି ପି ଓ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଟାଉନଥାନା ଆଇ ଆଇ ସି ବିଶ୍ୱଜିତ୍ ମୋନବୋଧ ଓ ଅନ୍ୟ ଅଧିକାରୀ ଙ୍କ ସହିତ ଲକ୍ଷ୍ମୀଜୋର ଥାନା ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲା। ତେବେ ୪ ଜଣ ଯୁବତୀ ଉଦ୍ଧାର କରିବା ସହ ୪ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ।

Advertisement

ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ଘର ଭିତରେ ଅସଂଯତ ଅବସ୍ଥାରେ ଥିବା ବେଳେ ଯୁବକ ଯୁବତୀଙ୍କୁ ଧରିଥିଲା ପୋଲିସ୍ ତେବେ ବଲାଙ୍ଗୀର ସହରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କରୁଥିବା ଅଭିଯୋଗ ହେଉଥିବା ବେଳେ ଏହି ରାକେଟ ରୁ ତାହା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *