Pratidin TV

Odisha's Digital News Platform

ଗରିବ ଚାଷୀଙ୍କ ଫସଲ ଉଜାଡି ଦେଲା କାଳ ବୈଶାଖୀ ବର୍ଷା ।

ଯାଜପୁର ; ଗରିବ ଚାଷୀଙ୍କ ଫସଲ ଉଜାଡି ଦେଲା କାଳ ବୈଶାଖୀ ବର୍ଷା । ଯାଜପୁର ଚାଷୀ ମୁଣ୍ଡରେ ହାତ ଦେଇକି ବସିଛି । ଅଦିନିଆ କାଳ ବୈଶାଖୀ ବର୍ଷା ପ୍ରଭାବରେ ଚିନା ବାଦାମ ଓ ପନିପରିବା ଫସଲ ନଷ୍ଟ ହେବାକୁ ବସିଛି ।

ଖରାସ୍ରୋତା ନଦୀ କୂଳରେ ଥିବା ଶିମିଳିଆ ପଂଚାୟତ ଓଲେଇପଡା ଅଂଚଳ ରେ ଚିନା ବାଦାମ ଓ ପନିପରିବା ନଷ୍ଟ ହେବାକୁ ବସିଛି । ବାଦାମ ମଧ୍ୟ ଗଜା ହୋଇଯାଇଥିବା ବେଳେ ପନିପରିବା ପଚି ଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ବର୍ଷା ଛାଡ଼ିଛି କିନ୍ତୁ ଦୁଃଖ ବଢିଛି । ଚାଷୀ ର ଚାଷ ନଷ୍ଟ ହେଉଥିବା ଦେଖି ଭାଙ୍ଗି ପଡିଛି ଚାଷୀ । ସୋସାଇଟି ଓ ଗାଁଉଁଲି ହାତ ଉଦ୍ଧାରି ଋଣ କିପରି ସୁଝିବେ ଚିନ୍ତାରେ ଚାଷୀ କୁଳ । ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ ।

Leave a Reply

Your email address will not be published. Required fields are marked *