Pratidin TV

Odisha's Digital News Platform

ଜରାଜୀର୍ଣ୍ଣ ଅବସ୍ଥାରେ ପଢି ରହିଛି ପୂର୍ତ୍ତି ବିଭାଗର ଡାକ ବଙ୍ଗଳା , ଅସାମାଜିକ ବ୍ୟକ୍ତି ଜମାଇଛନ୍ତି ଆଡ୍ଡା

1 min read

ଗଜପତି ; ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ଖଜୁରୀପଦା ଠାରେ ଥିବା ୩୨୬ ଇ ଜାତୀୟ ରାଜ ପଥ ନିକଟରେ ଥିବା ପୂର୍ତ୍ତି ବିଭାଗର ଡାକ ବଙ୍ଗଳାର କଥା ବଡ଼ବଡ଼ିଆ ଙ୍କୁ ଆତିଥ୍ୟ ପ୍ରଦାନ କରିବା ଲାଗି ପୂର୍ତ୍ତ ବିଭାଗର ପରିଦର୍ଶନ ଡାକ ବଙ୍ଗଳା ଅଛି ହେଲେ କାମରେ ଲାଗୁନି ।

ବର୍ତମାନ ତାହା ଦିନରେ ଅସାମାଜିକ ବ୍ୟକ୍ତି ତଥା ମଦୁଆ, ଯୁଆଡିଆ ଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ପୁର୍ବରୁ ଡାକ ବଙ୍ଗଳା ରେ ଗୋଟିଏ କନିଷ୍ଠ ଯନ୍ତ୍ରୀ, ଦୁଇଟି ପିଅନ ଓ ଗୋଟିଏ ରାତି ଜଗୁଆଳି ରହୁଥିଲେ, ପରିବେଶ ବି ସଫାସୁତୁରା ରହୁଥିଲା, ବର୍ତମାନ ସେଠୀ କେହି କର୍ମଚାରୀ ନଥିବାରୁ ସବୁବେଳେ ତାଲା ଝୁଲି ରହିଥିବା ଦେଖି ବାକୁ ମିଳିଛି । ଲଟାବୁଦା ରେ ପରିପୂର୍ଣ୍ଣ ହୋଇଗଲାଣି। କହିବାକୁ ଗଲେ ଭୂତ କୋଠା ପାଲଟି ଯାଇଛି ପୂର୍ତ୍ତି ବିଭାଗର ଡାକ ବଙ୍ଗଳା। ଅନ୍ୟପଟେ ଡ଼ାକ ବଙ୍ଗଳା ଟି ଆଗକୁ ଦେଖିବାକୁ ଯେତିକି ଚାକ ଚିକଣ ଭିତରେ ତାର ବାସ୍ତବ ଚିତ୍ର ଅଲଗା।

Advertisement

କର୍ମଚାରୀ ମାନଙ୍କ ଘର ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଭାଙ୍ଗି ଚୁରୁମର ହୋଇ ଯାଇଛି । କେଉଁଠି ଟିଣ କଣା ହୋଇ ପାଣି ଗଳିବା ସହ ଆଉ କେଉଁଥିରେ ସୂର‌୍ୟ୍ୟ ଚନ୍ଦ୍ର ଦେଖି ଯାଉଛି ,ତ କେଉଁଠି କିଛି କାନ୍ଥ ଭୁଶୁଡ଼ି ଯାଇଛି ଏବଂ କିଛି କାନ୍ଥ ଫାଟି ଆଁ କଲାଣି। ତେବେ ବାରମ୍ବାର ଅଭିଯୋଗରେ ଵି କର୍ଣ୍ଣପାତ କରୁନାହାନ୍ତି ବିଭାଗୀୟ ଅଧିକାରୀ ମାନେ. ତେବେ ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେବା ତାହା ଦେଖିବାକୁ ରହିଲା ବାକି ।

Leave a Reply

Your email address will not be published. Required fields are marked *