ସଂସଦରେ ଅଭିଭାଷଣ ଦେଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
1 min readସଂସଦ ଭବନରେ ପହଞ୍ଚି ନିଜ ଅଭିଭାଷଣ ଦେବା ସହ ନବ ନିର୍ବାଚିତ ସଂସଦ ଓ ବାଚସ୍ପତି ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ସଂସଦରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଯାହାଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ |
ଅଷ୍ଟାଦଶ ଲୋକସଭା ଏବଂ ୨୬୪ ତମ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦବୋଧନ ରଖିଛନ୍ତି ମ୍ୟାଡ଼ାମ ପ୍ରେସିଡେଣ୍ଟ | ନିଜର ଉଦବୋଧନ ବେଳେ ମହାମହିମ ରାଷ୍ଟ୍ରପତି ନୂଆ ସରକାରର ନୀତି, ଯୋଜନା ଏବଂ ଆଗାମୀ ରୋଡ୍ ମ୍ୟାପ ସମ୍ପର୍କରେ ସୂଚନା ଦେଇଛନ୍ତି |
ସମ୍ବିଧାନର ଧାରା ଧାରା ୧୮ ଅନୁସାରେ ପ୍ରତ୍ୟେକ ଲୋକସଭା ନିର୍ବାଚନ ପରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିବାର ନିୟମ ରହିଛି। ୨ ଦିନ ହେବ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇସାରିଥିବା ବେଳେ ଆଜିଠୁ ଆରମ୍ଭ ହେବ ରାଜ୍ୟସଭାର ଗୃହ କାର୍ଯ୍ୟ। ସେପଟେ ଜୁଲାଇ ୨ ଏବଂ ୩ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବା ସହ ଚର୍ଚ୍ଚା ହେବ।