Pratidin TV

Odisha's Digital News Platform

ପୁରୀ ବେଳାଭୂମିରେ ପ୍ରାତଃଭ୍ରମଣ କଲେ ରାଷ୍ଟ୍ରପତି

ସକାଳୁ ସକାଳୁ ସମୁଦ୍ରକୂଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସକଳୁ ସେ ବାହାରି ପଡିଛନ୍ତି ପ୍ରାତଃ ଭ୍ରମଣରେ | ପୁରୀ ରହଣି ସମୟରେ ସମୁଦ୍ରକୂଳ ନିକଟ ରାଜଭବନ ଠାରୁ ବାହାରି ଗୋଲଡେନ ବିଚରେ ସକାଳୁ ସକାଳୁ ସମୁଦ୍ରକୂଳରେ ଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ତେବେ କୁହାଯାଉଛି, ପ୍ରାୟ ଅଧା ଘଣ୍ଟା ଧରି ସମୁଦ୍ରକୂଳରେ ପ୍ରାତଃ ଭ୍ରମଣ କରିଛନ୍ତି ମହାମହିମ | ତେବେ ଏଭଳି ରାଷ୍ଟ୍ରପତିଙ୍କୁ ବେଳାଭୂମିରେ ବୁଲିବା ଦେଖିଛନ୍ତି ଲୋକେ |

ସୂଚନା ଅନୁସାରେ, ଶନିବାର ଦିନ ରାଷ୍ଟ୍ରପତି ଓଡିଶା ଗସ୍ତରେ ଆସିଛନ୍ତି | ଶନିବାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରବିବାର ଦିନ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଥିଲେ ରାଷ୍ଟ୍ରପତି | ଏହାପରେ ଷୋମବାର ଦିନ ପୁରୀରେ ବାକି କିଛି କାର୍ଯ୍ୟକ୍ରମରେ ସାମିଲ ହୋଇ ଭୁବନେଶ୍ୱର ଫେରିବାର ରହିଛି କାର୍ଯ୍ୟକ୍ରମ | ଭୁବନେଶ୍ୱରରେ କିଛି କାର୍ଯ୍ୟକ୍ରମରେ ସାମିଲ ହେବା ଅପ୍ରେ ଦିଲ୍ଲୀ ଫେରିବାର ରହିଛି ସୂଚନା |

Leave a Reply

Your email address will not be published. Required fields are marked *