Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ଦେଲେ ଏପରି ସଙ୍କେତ ୨୦୨୭ ବିଶ୍ୱକପ ଜିତିବ ଭାରତ…!

୨୦୧୯ ମସିହା ଜୁଲାଇ ୨୨ ତାରିଖରେ , ଠିକ୍ ଏମିତି ହିଁ ଛାତିରେ ଜାବୁଡି ଧରି ସାନ୍ତ୍ୱାନା ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଠିକ୍ ଆଜି ବି ସେମିତି ଛାତିରେ ଜାବୁଡି ଧରି ସାନ୍ତ୍ୱନା ଦେଉଛନ୍ତି ପ୍ରଧାନମନ୍ତ୍ରୀ । ସେତେବେଳେ ଆମ ଦେଶର ବୈଜ୍ଞାନିକ ମାନେ ଭାରତର ନାଁକୁଚନ୍ଦ୍ରରେ ଲେଖିବାକୁ ଚାହୁଁଥିଲେ , ଆଉ ଆଜି ଆମ ଦେଶର କ୍ରିକେଟର ମାନେ ଆମର ଜାତୀୟ ପତାକାକୁ ସାରା ବିଶ୍ୱରେ ଫର ଫର କରି ଉଡାଇବାକୁ ଚାହୁଁଛନ୍ତି । ଲଗାତାର ଦଶଟି ମ୍ୟାଚ ଜିିତି ବିଶ୍ୱକପ୍ ଟ୍ରଫି ହାତେଇବାରେ ବିଫଳ ହୋଇଥିଲେ ଆମ ଭାରତୀୟ ଦଳ । ଏହାପରେ ନିରାଶା ଆଉ ଦୁଃଖରେ ଭାଙ୍ଗି ପଡିଥିଲେ ଭାରତୀୟ କ୍ରିକେଟର । ତୃତୀୟ ଥର ବିଶ୍ୱକ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇ ଯାଇଥିଲା । ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହେବା ପରେ ଖେଳାଳିମାନେ ଦୁଃଖ ସମ୍ଭାଳି ପାରିନଥିଲେ । ଏପରି ସମୟରେ କ୍ରିକେଟରଙ୍କୁ ସାନ୍ତନ୍ୱା ଦେଇଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଫାଇନାଲ ଦେଖିବାକୁ ନିଜେ ଅହମଦାବାଦର ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଚାମ୍ପିୟନ ଟିମ୍ ଅଷ୍ଟ୍ରେଲିଆକୁ ଟ୍ରଫି ଦେବା ପରେ ଭାରତୀୟ ଡ୍ରେସିଂ ରୁମକୁ ଯାଇଥିଲେ ମୋଦି । ଆଉ ସେମାନଙ୍କ ମନୋବଳ ବଢାଇବାକୁ ଉତ୍ସାହଭରା କଥା କହିଥିଲେ । ପୁରା ବିଶ୍ୱକପରେ ଏପରି ପ୍ରଦର୍ଶନକୁ ପ୍ରଂଶସା କରିଥିଲେ ମୋଦି । ଯେମିତି ବିଫଳତା ପରେ ଆମ ଭାରତୀୟ ବୈଜ୍ଞାନିକ ମାନଙ୍କୁ ସଫଳତା ମିଳିଛି, ମିଳିଛି ଠିକ୍ ସେମିତି ଆମ ଭାରତୀୟ ଖେଳାଳୀଙ୍କୁ ମଧ୍ୟ ସଫଳତା ମିଳିବ । ଆଉ ଏହାପରେ ବିଶ୍ୱକପ୍ ହୁଏତ ଭାରତୀୟ ଖେଳାଳୀ ଜିତିବେ ।

Leave a Reply

Your email address will not be published. Required fields are marked *