Pratidin TV

Odisha's Digital News Platform

ଦେଶରେ ଆଉ ୬ ନୂଆ ବନ୍ଦେ ଭାରତର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ , ସେଥିରୁ ଓଡିଶାରେ ଗଡିବ ୨ …

1 min read

ଆଜି ଦେଶରେ ଗଡିଲା ଆଉ ୬ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ କଲେ ଶୁଭାରମ୍ଭ । ସବୁଠୁ ବଡ କଥା ହେଲା ୬ଟି ବନ୍ଦେ ଭାରତ ମଧ୍ୟରୁ ୨ଟି ଓଡିଶାରେ ଚାଲିବ । ବ୍ରହ୍ମପୁରରୁ ଟାଟାନଗର ଓ ରାଉରକେଲାରୁ ହାଓଡା ନୂତନ ବନ୍ଦେ ଭାରତ ଚଳାଚଳ କରିବ । ଝାଡ଼ଖଣ୍ଡର ଟାଟାରେ ସକାଳ ୯ଟା୩୦ରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଭିଡିଓ କନଫରେନ୍ସ ମାଧ୍ୟମରେ ବ୍ରହ୍ମପୁରରୁ ଏହି ଟ୍ରେନକୁ ସବୁଜ ସଙ୍କେତ ଦେଖାଇସାରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ ରାଉରକେଲାରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଆସନ୍ତା ୧୭ରେ ଓଡ଼ିଶା ଆସିବେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ୨୮ଶହ କୋଟିରୁ ଅଧିକ ରେଳ ପ୍ରକଳ୍ପ ରାଜ୍ୟକୁ ଭେଟି ଦେବେ । ସେଥିମଧ୍ୟରୁ ୪ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ସିଜୁ ଓ ପାରାଦୀପ କୋଚିଂୟାର୍ଡ ମଧ୍ୟରେ ୭ କିଲୋମିଟରର ଫ୍ଲାଏ ଓଭରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ ପାରାଦୀପ ଓ ବଡ଼ବନ୍ଧ ମଧ୍ୟରେ ୧୮.୫୧ ଦୀର୍ଘ ତୃତୀୟ ଓ ଚତୁର୍ଥ ରେଳ ଲାଇନ, ୧୦.୯୩ କିମିର ମହାନଦୀ ଇନର୍ କରିଡର୍ (ଫେଜ୍-୧) ଦ୍ୱିତୀୟ ରେଳ ଲାଇନ ଓ ୪୧.୯ କିମିର ଜୟପୁର-ନବରଙ୍ଗପୁର ନୂଆ ରେଳ ଲାଇନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଏହା ସହିତ ୪ଟି ରେଳ ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

Advertisement

ସେହିପରି ଟିଟିଲାଗଡ଼ ଦେଇ ଯିବାକୁ ଥିବା ରାୟପୁର(ଦୁର୍ଗ)-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସକୁ ୧୬ରେ ଅହମ୍ମଦାବାଦରୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଭଳି ଭାବେ ଦୁଇ ଦିନରେ ଓଡ଼ିଶାକୁ ମିଳିବ ୩ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତାକାଲି ବନ୍ଦେ ଭାରତ ଲୋକାର୍ପଣ ଉତ୍ସବ ବାଲୁଗାଁ, ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯଖପୁରା, ହରିଚନ୍ଦନପୁର ଓ କେନ୍ଦୁଝରଗଡ଼ରେ ମଧ୍ୟ ଅନୁଷ୍ଠିତ ହେବ । ଭୁବନେଶ୍ୱରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧା ରୋଡ୍ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଲୁଗାଁରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଜଖପୁରାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *