Pratidin TV

Odisha's Digital News Platform

ମଞ୍ଚ ଉପରେ ନିତୀଶ କୁମାରଙ୍କ କଥା ଶୁଣି ଠୋ ଠୋ ହୋଇ ହସିଲେ ପ୍ରଧାନମନ୍ତ୍ରୀ …

1 min read

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଔରଙ୍ଗବାଦ ଜନସଭାରେ ନରେନ୍ଦ୍ର ମୋଦୀଙ୍କୁ କହିଛନ୍ତି କି ଏବେ ସେ ଏନଡିଏ ଛାଡି ଏପଟ ସେପଟ ହେବ ନାହିଁ । ଏବେ ସେ ଏନଡିଏରେ ରହିବେ । ନୀତିଶ କୁମାର କଥା ଶୁଣି ଠୋ ଠୋ ହୋଇ ହସିଥିଲେ ନରେନ୍ଦ୍ର ମୋଦୀ । କେବଳ ପ୍ରଧନାମନ୍ତ୍ରୀ ନୁହଁନ୍ତି ଅନ୍ୟମାନେ ମଧ୍ୟ ହସିଥିଲେ ।


ନୀତିଶ କୁମାର କହିଛନ୍ତି ଯେ ସେ ପ୍ରଥମେ ବିହାର ଆସିଥିଲେ , ସେତେବେଳୁ ସାଥିରେ ଥିଲେ । ପୁଣି ମଝିରେ ଗାଏବ ହୋଇଗଲେ । ଏବେ ପୁଣି ସାଥୀରେ ଅଛନ୍ତି । ଆଉ ଆଗକୁ ମଧ୍ୟ ସେ ସାଥୀରେ ରହିବେ । ଆଉ ଏପଟ ସେପଟ ହେବେ ନାହିଁ । ନୀତିଶ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଏହିଥର ସେ ୪୦୦ରୁ ଅଧିକ ସିଟ୍ ଜିତିବେ । ନୀତିଶ ଯେବେ ଏହି କଥା କହିଲେ ତ ମଞ୍ଚରେ ହସର ମାହୋଲ ହୋଇଥିଲା । ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମଧ୍ୟ ନିଜର ହସକୁ ରୋକି ପାରିନଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *