Pratidin TV

Odisha's Digital News Platform

ଗାଡକଣରେ ବସ୍ତି ଲୋକଙ୍କ ସହ କଥା ହୋଇ , ଖିରି ଖାଇଲେ ପ୍ରଧାନମନ୍ତ୍ରୀ ।

ପ୍ରଥମ ଥର ପାଇଁ ଓଡିଶାରେ ନିଜ ଜନ୍ମଦିନ ପାଳିଛନ୍ତି ମୋଦୀ । ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏହି ଅବସରରେ ସେ ଓଡିଶା ଗସ୍ତରେ ଆସି ଆଜି ନାରୀ ଶଶକ୍ତି କରଣ ପାଇଁ ମହିଳା ହିତାଧିକାରୀମାନଙ୍କୁ ସୁଭଦ୍ରାର ପ୍ରଥମ ଟଙ୍କା ପ୍ରଦାନ କରିବେ । ଆଜି ଭୁବନେଶ୍ବର ଏୟାରପୋର୍ଟରୁ ସିଧା ଗାଡ଼କଣ ଗାଁକୁ ଯାଇଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ବସ୍ତି ଲୋକଙ୍କ ସହ ପିଏମ ଆବାସ ଯୋଜନା ବିଷୟରେ କଥା ହୋଇ ଛନ୍ତି ମୋଦୀ ।

ଗାଡକଣା ବସ୍ତିର ବାସିନ୍ଦା ଅନ୍ତର୍ଯ୍ୟାମୀ ନାୟକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଗୃହ ପ୍ରବେଶ କରାଇଛନ୍ତି। ତାଙ୍କୁ ଘରର ଚାବି ପ୍ରଦାନ କରିଛନ୍ତି। ଘର ଭିତରେ ତାଙ୍କ ପରିବାର ସହିତ ମୋଦି କଥାବାର୍ତ୍ତା ମଧ୍ୟ କରିଛନ୍ତି। ତାଙ୍କ ଘର ବୁଲିବା ସହିତ ଠାକୁର ଘରେ ଘଣ୍ଟି ବଜାଇଥିବାର ଜଣାପଡିଛି। ଏହାପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ତାଙ୍କ ପରିବାର ସହ ବସି ଖିରି ଖାଉଥିବାର ନଜର ଆସିଛନ୍ତି ।

ଗାଡକଣ ଗ୍ରାମବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ପାଂରପାରିକ ବାଦ୍ୟ ସହିତ ଉତ୍ତରୀୟ ପ୍ରଦାନ କରାଯାଇ ମୋଦିଙ୍କୁ ସ୍ବାଗତ କରାଯାଇଥିଲା। ଗାଡକଣରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ଆଜି ସୁଭଦ୍ରା ଯୋଜନା ସହ ପ୍ରଧାନମନ୍ତ୍ରୀ ୧୦ ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରିବା ସହ ୨୬ଲକ୍ଷ ପିଏମ୍ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବେ। ଏହାବାଦ୍ ଦେଶ ଉଦ୍ଦେଶ୍ୟରେ ୨୮ଶହ କୋଟିର ରେଳ ପ୍ରକଳ୍ପ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ଏଥିସହ ୧ ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ମଧ୍ୟ ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ।

Leave a Reply

Your email address will not be published. Required fields are marked *