Pratidin TV

Odisha's Digital News Platform

ଚଣ୍ଡିଖୋଲ ସଭାରେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ..

1 min read

ଆଜି ଯାଜପୁରରେ ପହଞ୍ଚି ଏକାଧିକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି ମୋଦୀ । ଏହାସହ ଓଡିଆରେ ଆରମ୍ଭ କରିଥିଲେ ଭାଷଣ । କହିଲେ, ‘ଏଠାରେ ଉପସ୍ଥିତ ସମସ୍ତ ଭାଇ, ଭଉଣୀଙ୍କୁ ମୋର ନମସ୍କାର ।’ ଓଡିଶାବାସୀଙ୍କୁ ସମ୍ବୋଧନ କରି କହିଲେ, “ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ । ଆଜି ବିଜୁ ବାବୁଙ୍କ ଜୟନ୍ତୀ । ପୁରା ଦେଶ ତାଙ୍କୁ ଝୁରୁଛି । ମୁଁ ବିଜୁ ପଟ୍ଟନାୟକଙ୍କୁ ଓଡିଶାରେ ରହି ନମନ କରିବାର ସୁଯୋଗ ପାଇଛି ।

ମୋର ନିଜର ଯେତେ ପର୍ଯ୍ୟନ୍ତ ଦେଖାଯାଉଛି, ମୋତେ ଉତ୍ସାହ ହିଁ ଦେଖାଯାଉଛି । ଓଡିଶାର ସଂକଳ୍ପ କଣ ଆଜି ତାହା ସ୍ପଷ୍ଟ ଦେଖାଯାଉଛି । ‘ଅବ କି ବାର ୪୦୦ ପାର’ ସଂକଳ୍ପ । ଭାରତକୁ ବିଶ୍ୱର ତୃତୀୟ ଆର୍ଥବ୍ୟବସ୍ଥା ବନେଇବା ଭାରତର ଲକ୍ଷ୍ୟ । ୪୦୦ ପାରର ସଂକଳ୍ପ ନାରୀଶକ୍ତି, ନୌଯାନ, ନାରୀଶକ୍ତି, ଗରୀବଙ୍କର ଜୀବନ ପରିବର୍ତ୍ତନ ଅଟେ । ଏଥିରେ ଓଡିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡିଶାର କୋଣ କୋଣରେ କଳା ରହିଛି । ଗତ ୧୦ ବର୍ଷ ମଧ୍ୟରେ ଭାଜପା ସରକାର ଓଡିଶାରେ ଅଦ୍ଭୁତ ନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟୱେ ହେଉ । ଆତ୍ମମନିର୍ଭର ଭାରତକୁ ଉର୍ଜା ଦେଉଛି ଭାରତ ।” ଏହାସହିତ ଏହି ସଭାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଅନେକ ପ୍ରକଳ୍ପ ଭେଟି ଦଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ଉପସ୍ଥିତ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *