Pratidin TV

Odisha's Digital News Platform

ଦିଲ୍ଲୀରେ ଓଡିଶା ପର୍ବକୁ ଆସି ଓଡିଆ କହିଲେ ପ୍ରଧାନମନ୍ତ୍ରୀ , କଲେ ଏଭଳି ପ୍ରଶଂସା ।

1 min read

ନୂଆଦିଲ୍ଲୀରେ ଆୟୋଜିତ ଓଡିଆ ପର୍ବକୁ ଆସି ଓଡିଆ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଆ କହିବା ସହ ଓଡିଆ ଲୋକଙ୍କ ଭୁରି ଭୂରି ପ୍ରଶଂସା କଲେ ମୋଦି । ଏହା ଛଡା ସେ କହିଥିଳେ ଯେ ଓଡିଶା ନିଜ ସଂସ୍କୃତି ଦ୍ୱାରା ଭାରତକୁ ଜୀବନ୍ତ ରଖିଛି । ଆଉ ଏହା ଛଡା ସେ ଓଡିଆ ଭାଗବତ ରଚୟିତା ଜଗନ୍ନାଥ ଦାସଙ୍କ ସହ ଦାସିଆ ବାୟୁରି ,ଭକ୍ତସାଲବେଗଙ୍କୁ ନମନ କରିଛନ୍ତି । ସେହିପରି ସେ ସ୍ୱଭାବକବି ଗଙ୍ଗାଧର ମେହରଙ୍କ ପୂଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଓଡିଆ ପ୍ରଥା ପରମ୍ପରା ଗୀତା ଭାଗବତ କିପରି ଭାରତକୁ ବଞ୍ଚାଇରଖିଛି ତାହା ମଧ୍ୟ କହିଛନ୍ତି ମୋଦି ।ଆଉ ଜଗନ୍ନାଥଙ୍କ ଲୀଳାଖେଳା ବିଷ୍ୟରେ ମଧ୍ୟ ମୋଦି ବର୍ଣ୍ଣନା କରିଛନ୍ତି ।

ତା ଛଡା ମୋଦି ସଭାରେ ସନ୍ଥକବି ଭୀମଭୋଇଙ୍କ କଥା କହିଥିଲେ ଯେ ସେ ଲେଖିଥିବା ପଦ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ । ଓଡିଶାବାସୀ ଦେଶର କୋଣ ଅନୁକୋଣରେ ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି । ଆଉ ସ୍ୱାଧୀନତାରେ ଓଡିଆ ପାଇକଙ୍କ ବଳିଦାନ ଆମେ କେବେ ସୁଝିପାରିବାନି ।

Advertisement

Leave a Reply

Your email address will not be published. Required fields are marked *