ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଭେଟି ଦେବେ ପ୍ରଧାନମନ୍ତ୍ରୀ
1 min readଆସନ୍ତାକାଲି ଓଡିଶାକୁ ଏକ ବଡ ଭେଟି ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ପିଏମ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ |
ଦେବଗଡ, ଗଜପତି, ମୋହନା, ରାୟଗଡ଼ା, ବାଲିଗୁଡ଼ା, ମାଲକାନଗିରି, ଗୁଣୁପୁର, ସୁନ୍ଦରଗଡର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନ ସୁବିଧା ପାଇଁ ରାସ୍ତା ନିର୍ମାଣ ହେବ। ଏହା ସହିତ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ମଧ୍ୟ ପ୍ରଧାନମମନ୍ତ୍ରୀ ଶିଳାନ୍ୟାସ କରିବେ । ଏଥିସହ ଆସନ୍ତାକାଲି ତଥା ୨ ଅକ୍ଟୋବରରେ ଝାଡ଼ଖଣ୍ଡର ହଜାରିବାଗରୁ ଦେଶର ବିଭିନ୍ନ ରାଜ୍ୟକୁ ୮୩ ହଜାର ୩୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ ପ୍ରଧାନମନ୍ତ୍ରୀ।
ତେବେ ଜନଜାତି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଧରତୀ ଆବାଜ ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ଲଞ୍ଚ ମଧ୍ୟ କରିବେ | ସମସ୍ତ କାର୍ଯ୍ୟର ୫୪୯ ଜିଲ୍ଲା ଓ ୨୭୪0 ବ୍ଲକରେ ବସବାସ କରୁଥିବା ୬୩ ହଜାର ଗାଁର ୫ କୋଟି ଆଦିବାସୀଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଏହି ଯୋଜନା | ଜନଜାତି ବର୍ଗର ଶିକ୍ଷା ଓ ସାମାଜିକ ସଶକ୍ତିକରଣ , ଉନ୍ନତ ଜୀବନଶୈଳୀ ଦିଗରେ ନୂଆ ସୂର୍ଯ୍ୟଦୋୟ ଆଣିବା ଏହି ଯୋଜନାର ଲକ୍ଷ୍ୟ | ଏଥିପାଇଁ କେନ୍ଦ୍ର ସରକାରଙ୍କ ୨୫ଟି ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟ କରିବ ବୋଲି ଜଣାପଡିଛି |