Pratidin TV

Odisha's Digital News Platform

ମଧ୍ୟାହ୍ନ ଭୋଜନରେ ଝିଟିପିଟି ଖାଇ ୧୧ ଛାତ୍ରଛାତ୍ରୀ ଗୁରୁତର , ମୁଖ୍ୟ ଚିକିତ୍ସାଳୟରେ ଭର୍ତି କଲେ ପ୍ରଧାନ ଶିକ୍ଷକ ।

1 min read

ଭଦ୍ରକ ; ମଧ୍ୟାହ୍ନ ଭୋଜନ ରେ ଝିଟିପିଟି ବାହାରି ୧୧ ଛାତ୍ରଛାତ୍ରୀ ଅସୁସ୍ଥ,ଗୁରୁତର ଅବସ୍ଥାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କଲେ ପ୍ରଧାନ ଶିକ୍ଷକ ।

୭୨ ଘଣ୍ଟା ବିତିନି ପୁଣି ମଧ୍ୟାହ୍ନ ଭୋଜନ ରେ ଝିଟିପିଟି ପଡ଼ିଥିବା ଅଭିଯୋଗ । ଗତ ଦୁଇ ଦିନ ତଳେ ଶଙ୍କର ପୁର ଉର୍ଦ୍ଧୁ ugme ସ୍କୁଲ ରେ ମଧ୍ୟାହ୍ନ ଭୋଜନ ରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୪୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଆଜି ସମାନ ଘଟଣା ରେ ୧୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ନୂତନ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି । କିନ୍ତୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଗୋଟିଏ ସଂସ୍ଥାର ବାରମ୍ବାର ଏଭଳି ଖମାଖିଆଲି କାର୍ଯ୍ୟ ଯୋଗୁଁ ନିରୀହ ଛାତ୍ର ଛାତ୍ରୀଙ୍କ ଜୀବନ ଆଜି ସଙ୍କଟ ରେ ପଡ଼ିଛି । ଆଜି ଶନିବାର ସଖାଳୁଆ ସ୍କୁଲ ଥିବା ବେଳେ ଭଦ୍ରକ ବ୍ଲକ ଅଧୀନ ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲ ରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତରକାରୀ ରେ ଝିଟିପିଟି ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ଏହାପରେ ସଂଗେ ସଂଗେ ଛାତ୍ରୀ ଜଣକ ପ୍ରଧାନ ଶିକ୍ଷକ କୁ ଅବଗତ କରାଇବା ପରେ ପ୍ରଧାନ ଶିକ୍ଷକ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ । ଘଟଣା ସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ବିଧାୟକ ସଂଜୀବ ମଲ୍ଲିକ, ମେଡିକାଲ ରେ ପହଂଚି ଅସୁସ୍ଥ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ଵାସ୍ଥ ଅବସ୍ଥା ପଚାରିବୁଝିଥିଲେ ।

Advertisement

ତେବେ ପ୍ରଶ୍ନ ଉଠୁଛି ଭଦ୍ରକ ସହର ଗବସାହି ରେ ଥିବା ଦାମୋଦର ଜୀଉ ମଧ୍ୟାହ୍ନ ଭୋଜନ ଯୋଗାଇଥିବା ସଂସ୍ଥା ବିରୋଧ ରେ ବାରମ୍ବାର ଅଭିଯୋଗ ଆସିବା ସତ୍ୱେ କେଉଁ ସ୍ୱାର୍ଥରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରୁନାହିଁ ତାହା ଏବେ ବଡ ଚିନ୍ତା ଜନକ ବିଷୟ ପାଲଟିଛି । ଗୋଟାଏ ସପ୍ତାହ ଭିତରେ ୫୦ ରୁ ଅଧିକ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ବେଳେ କାହା ସ୍ୱାର୍ଥ ରେ ଉକ୍ତ ସଂସ୍ଥା କୁ ଅହେତୁକ ଅନୁକମ୍ପା ଦିଆଯାଉଛି ତାହା ଏବେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *