Pratidin TV

Odisha's Digital News Platform

ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ବିଭାଗ , ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ରୂପରେଖ 

1 min read

ଆଜି ମନ୍ତ୍ରୀମାନଙ୍କୁ ମିଳିବ ବଡ ଦାୟିତ୍ୱ | କିଏ ହାତେଇବ କେଉଁ ବିଭାଗ | ତେବେ ଆଶଙ୍କା କରଯାଉଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ରଖିପାରନ୍ତି | ସେହିପରି ଭାବରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ୨ -୩ ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିବାର ସମ୍ଭାବନ ରହିଛି | ତାଙ୍କୁ ଶିଳ୍ପ, ନଗର ଉନ୍ନୟନ, ଓ ଜଳ ସମ୍ପଦ ବିଭାଗ ମିଳିପାରେ | ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ମିଳିପାରେ ଏହାସହ ସୁଭଦ୍ରା ଯୋଜନାରେ କାର୍ଯ୍ୟ ଉନ୍ନୟନ ପାଇଁ ତାଙ୍କୁ ଦାୟିତ୍ୱ ମଧ୍ୟ ମିଳିପାରେ |

ତେବେ ରାଜ୍ୟ ସରକାରରେ ୧୩ ଜିଲ୍ଲାରୁ ମନ୍ତ୍ରୀ ଅଛନ୍ତି | ୮ ଜଣଙ୍କୁ କ୍ୟାବିନେଟ, ଓ ୫ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବରେ ପାହ୍ୟା ମିଳିଛି | ତେବେ କ୍ୟାବିନେଟ ମନ୍ତ୍ରୀ ତାଲିକାରେ ଅଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ, କୁଚିଣ୍ଡା ବିଧାୟକ ରବି ନାରୟଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମଧ୍ୟ ମିଳିଛି |ଅନ୍ୟପଟେ ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟଂଡା ଗଣ୍ଡଙ୍କୁ କ୍ୟାବିନେଟ ଟିମରେ ରଖାଯାଇଛି | ସେହିପରି ଢ଼େନ୍କାଲନଲ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି | ବାଲାଗିରି ମୁକେଶ ମହାଲିଙ୍ଗ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି | ତେବେ କେଉଁ ମନ୍ତ୍ରୀଙ୍କୁ କେଉଁ ମନ୍ତ୍ରୀମଣ୍ଡଳ ମିଳିବ ତାହା ସମସ୍ତଙ୍କ ଉପରେ ନଜର |

Leave a Reply

Your email address will not be published. Required fields are marked *