Pratidin TV

Odisha's Digital News Platform

ଆଳୁ ବାକ୍ସ ଭିତରୁ ବାହାରିଲା ଅଜଗର , ଆତଙ୍କିତ ଲୋକେ ..

ଆଳୁ ବାକ୍ସ ଭିତରେ ବିରାଟ ଅଜଗର । ଯାହାକୁ ଦେଖିବା ପରେ ଭୟର ଆତଙ୍କ ଖେଳିଯାଇଛି। ଚନ୍ଦ୍ରପୁର ନିକଟ ଲୋହରାର ଏକ ହୋଟେଲରେ ରଖାଯାଇଥିବା ଆଳୁ ବାକ୍ସ ଭିତରେ ଏହି ବିରାଟ ସାପଟିକୁ ଦେଖି ଲୋକ ଭୟଭୀତ ହୋଇ ଯାଇଥିଲେ। ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ସାପଟି ଆଳୁ ଉପରେ ଗୁଡ଼େଇ ହୋଇ ଶୋଇରହିଛି।

ହୋଟେଲ କର୍ମଚାରୀ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣେ ଆଳୁ ଆଣିବାକୁ ଯାଇଥିବା ବେଳେ ସାପଟିକୁ ପ୍ରଥମେ ଦେଖିବାକୁ ପାଇଥିଲେ। ସେ ଆଳୁ କାଢ଼ିବାକୁ ବାକ୍ସ ଖୋଲିବାରୁ ଏକ ବିରାଟକାୟ ସାପ ଜାକିଜୁକି ହୋଇ ସେଠାରେ ଶୋଇଥିବାର ଦେଖିବାକୁ ପାଇଥିଲେ। ସାପଟିକୁ ଦେଖିବା ପରେ ଅନେକ କର୍ମଚାରୀ ଭୟରେ ହୋଟେଲ୍‌ ଛାଡ଼ି ‌ଦୌଡ଼ି ପଳାଇଥିବା ବେଳେ ବାକ୍ସରେ ସାପ ଥିବା ଖବର ତତ୍‌କ୍ଷଣାତ୍‌ ହୋଟେଲ ଏବଂ ପୂରା ଅଞ୍ଚଳରେ ବ୍ୟାପିଗଲା। ହୋଟେଲ ମାଲିକ ଏ ସଂପର୍କରେ ତୁରନ୍ତ ସ୍ଥାନୀୟ ସାପ ଧରାଳିଙ୍କୁ ସୂଚନା ଦେଇଥିଲେ। ଯିଏ ଆସିବା ପରେ ସାପକୁ ଆଳୁ ବାକ୍ସରୁ କାଢ଼ି ଏକ ଅଖା ଭିତରକୁ ନେଇ ଯାଇଥିଲେ।

Leave a Reply

Your email address will not be published. Required fields are marked *